ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ? ଯଦି ଆଗକୁ ସ୍ଥିତି ବିଗିଡେ, ଓଡିଶା କେତେ ପ୍ରସ୍ତୁତ ଅଛି?

Advertisment
ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ? ଯଦି ଆଗକୁ ସ୍ଥିତି ବିଗିଡେ, ଓଡିଶା କେତେ ପ୍ରସ୍ତୁତ ଅଛି?

କନକ ବ୍ୟୁରୋ: ଓଡିଶାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଭିତରେ ସବୁଠାରୁ ବଡ ପ୍ରଶ୍ନଟି ହେଲା, ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ? ରାଜ୍ୟରେ ଏବେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯଦି ଆଗକୁ ସ୍ଥିତି ବିଗିଡେ, ଓଡିଶା କେତେ ପ୍ରସ୍ତୁତ ଅଛି? ଏଭଳି ସ୍ଥିତିରେ ନଜର ପକାନ୍ତୁ ରାଜ୍ୟରେ ଅକ୍ସିଜେନ୍ର ଉତ୍ପାଦନ, ଗଚ୍ଛିତ ପରିମାଣ ଏବଂ ହସ୍ପିଟାଲରେ ଅକ୍ସିଜେନର ଆବଶ୍ୟକତା ଉପରେ ।

ଓଡି଼ଶାରେ ଅକ୍ସିଜେନର ହିସାବ ନିକାଶ

-ବର୍ତମାନ ହସ୍ପିଟାଲରେ ଅଛନ୍ତି ୧,୬୭୫ ଆକ୍ରାନ୍ତ, ଆଇସିୟୁରେ ଅଛନ୍ତି ୪୮୯ ରୋଗୀ
-କରୋନା ଆକ୍ରାନ୍ତଙ୍କ ପାଇଁ ଦୈନିକ ଦରକାର ପଡୁଛି ୨୩.୭୮ ମେଟ୍ରିକ ଟନ୍ ଅକ୍ସିଜେନ୍
-ରାଜ୍ୟରେ ଅକ୍ସିଜେନ୍ ଉତ୍ପାଦନ କ୍ଷମତା-ସିଲିଣ୍ଡର ଜରିଆରେ ୧୨୯.୬୮ ମେଟ୍ରିକ ଟନ୍
-ଏଥିସହ ୬୦ ମେଟ୍ରିକ ଟନ୍ ତରଳ ମେଡିକାଲ ଅକ୍ସିଜେନ୍ ରାଜ୍ୟରେ ଉତ୍ପାଦନ ହେଉଛି
-ମେ' ୧୦ ସୁଦ୍ଧା ବ୍ରହ୍ମପୁର ଏମକେସିଜିରେ କାର୍ଯ୍ୟକ୍ଷମ ହେବ ତରଳ ଅକ୍ସିଜେନ୍ ପ୍ଲାଂଟ୍
-ଭିମସାର ସମେତ ଅନ୍ୟ ୧୫ଟି ସ୍ଥାନରେ ତରଳ ଅକ୍ସିଜେନ୍ ପ୍ଲାଂଟ୍ ସ୍ଥାପନ ଯୋଜନା ଅଛି

ରାଜ୍ୟରେ ଆବଶ୍ୟକ ଅକ୍ସିଜେନ୍ ରହିଛି କି ନାହିଁ, ସ୍ଥିତି ପରଖିବା ପାଇଁ ଆମେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ହଳଦିଆପଦରରେ ଥିବା ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନରେ ଯାଂଚ କରିଥିଲୁ । ଏହି ଗ୍ୟାସ ଫିଲିଂ ଷ୍ଟେସନର ସଂରକ୍ଷଣ କ୍ଷମତା ୧୦ ଟନ୍ । ହେଲେ ଏବେ ଲିକୁଇଡ ଅକ୍ସିଜେନର ଅଭାବ ଦେଖା ଦେଉଥିବାରୁ ହସ୍ପିଟାଲଗୁଡିକର ଚାହିଦା ମୁତାବକ ଅକ୍ସିଜେନ୍ ଫିଲିଂ ଓ ଯୋଗାଣ ହୋଇପାରୁନଥିବା କହିଛନ୍ତି କମ୍ପାନି ମାଲିକ ।

ରାୟଗଡା ଜିଲ୍ଲା କଟଲାଗୁଡାରେ ଥିବା ହନୁମାନ ଅକ୍ସିଜେନ ପ୍ରାଇଭେଟ ଲିମିଟେଡର ପରିଚାଳକ ରବୀନ୍ଦ୍ର ବାରିକଙ୍କ କହିବା ଅନୁସାରେ ବର୍ତମାନ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ କେବଳ କୋଭିଡ ହସପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଅକ୍ସିଜେନ ସିଲିଣ୍ଡର ଭର୍ତିକରି ରଖାଯାଇଛି । ଯେତେବେଳେ ନିର୍ଦ୍ଦେର୍ଶ ଆସିବ ସଙ୍ଗେ ସଙ୍ଗେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯିବ ।

ଦେଶର ୬ଟି ରାଜ୍ୟରେ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାରି ଭିତରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ତେଣୁ ଏହାର ମୁକାବିଲା କରିବା ଦିଗରେ ବିଶେଷ କରି ଅକ୍ସିଜେନ ଯୋଗାଇବା କ୍ଷେତ୍ରରେ ଓଡିଶାର ପ୍ରସ୍ତୁତି ନେଇ ତର୍ଜମା ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe