ମେଦବହୁଳତା : ସ୍ୱାସ୍ଥ୍ୟ ପାଇଁ ବଡ ବିପଦ; ଭାରତ ପାଇଁ ସତର୍କ ଘଂଟି

123

କନକ ବ୍ୟୁରୋ : ବଞ୍ଚିବାକୁ ହେଲେ ଖାଦ୍ୟ ଖାଇବା ଜରୁରୀ । କିନ୍ତୁ ଅଧିକ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଆବଶ୍ୟକତା ଠାରୁ ଅଧିକ ଖାଇଲେ ମଣିଷ ମେଦବହୁଳତାର ଶିକାର ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମେଦବହୁଳତାକୁ ଏକ ବିଶ୍ୱସ୍ତରୀୟ ସଂକଟ ବୋଲି କହିଛି । ଏଥିସହ ମଣିଷ ସମାଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ୨୦୨୫ ସୁଦ୍ଧା କରୋନା ଭଳି ମହାମାରୀର ରୂପ ନେଇପାରେ ।

ମେଦବହୁଳତାର ମୁଖ୍ୟ କାରଣ ହେଉଛି କମ ପରିଶ୍ରମ, ଅନାବଶ୍ୟକ ଭାବେ ଏଣୁତେଣୁ ସୁସ୍ୱାଦୁ ଖାଦ୍ୟ ଖାଇବା, ମୋବାଇଲରେ ଅଧିକ ସମୟ ବ୍ୟସ୍ତି ରହି ଶାରିରୀକ ଶ୍ରମ ନକରିବା । ଏହାଛଡା ଅନଲାଇନରେ ଖାଦ୍ୟ ମଗାଇବା ସୁବିଧା ମେଦବହୁଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କର୍କଟ ଓ ହୃଦଘାତ ଭଳି ରୋଗ ମେଦବହୁଳତାର ପ୍ରମୁଖ କାରଣ । ତେଣୁ ଏବେଠୁ ସତର୍କ ହୋଇଯାଆନ୍ତୁ । ସତର୍କ ନହେଲେ ଆଗାମୀ ଦିନରେ ମେଦବହୁଳତା ହିଁ ଆପଣଙ୍କ ସ୍ୱାସ୍ଥ୍ୟର ପ୍ରଥମ ଶତ୍ରୁ ସାଜିବ ଓ ରୋଗକୁ ନିମନ୍ତ୍ରଣ କରିବ ।

ମେଦବହୁଳତା: ଭାରତ ପାଇଁ ସତର୍କ ଘଂଟି

୨୦୧୯ରୁ ୨୦୨୧ ନେସନାଲ ଫ୍ୟାମଲି ହେଲଥ ସର୍ଭେ ରିପୋର୍ଟ
ଭାରତରେ ୫ବର୍ଷରେ ମେଦବହୁଳତା ସଂଖ୍ୟା ୪% ବଢିଯାଇଛି
ମହିଳାଙ୍କ ମେଦବହୁଳତା ସଂଖ୍ୟା ୨୪% ବୃଦ୍ଧି
ପୂର୍ବ ବର୍ଷ ଏହି ସଂଖ୍ୟା ଥିଲା ୨୦.୬%
୨୨.୯% ପୁରୁଷ ମେଦବହୁଳତା ଶିକାର
ପୂର୍ବ ବର୍ଷ ଏହି ସଂଖ୍ୟା ଥିଲା ୧୮.୯% ବୃଦ୍ଧି
ଗାଁ ତୁଳନାରେ ସହରରେ ମେଦବହୁଳତା ଅଧିକ
ସହରରେ ୩୩.୨ ପ୍ରତଶତ ଓ ଗାଁରେ ୧୯.୭ ପ୍ରତିଶତ

ମେଦବହୁଳତା: ସ୍ୱାସ୍ଥ୍ୟ ପାଇଁ ବଡ ବିପଦ

ମେଦବହୁଳତା ମାମଲାର ଶୀର୍ଷରେ ତୁର୍କୀ ରହିଛି
ଦ୍ୱିତୀୟରେ ମାଲଟା ଓ ତୃତୀୟରେ ବ୍ରିଟେନ ଅଛି
ମେଦବହୁଳତା ଯୋଗୁଁ ପ୍ରତିବର୍ଷ ୟୁରୋପରେ ୧୨ ଲକ୍ଷ ଲୋକଙ୍କ ମୃତ୍ୟୁ
ମେଦବହୁଳତା ଯୋଗୁଁ ପ୍ରତିବର୍ଷ ୨ଲକ୍ଷ କର୍କଟ ରୋଗୀଙ୍କ ସଂଖ୍ୟା ବଢିପାରେ
୧୩ ପ୍ରକାର କ୍ୟାନସରର ମୁଖ୍ୟ କାରଣ ମେଦବହୁଳତା
ମେଦବହୁଳତା ଧୁମ୍ରପାନ ଠାରୁ ମଧ୍ୟ କର୍କଟ ରୋଗର ବଡ କାରଣ ସାଜିପାରେ
ଟାଇପ ଟୁ ଡାଇବେଟିସ, ହୃଦଘାତ ଆଶଙ୍କା ବଢିଥାଏ