ପ୍ରଥମ ସନ୍ତାନ ସିଜରିଆନ୍ ଡେଲିଭରି ପ୍ରକ୍ରିୟାରେ ଜନ୍ମ ହୋଇଥିଲେ ଦ୍ୱିତୀୟଥର କ’ଣ ସାଧାରଣ ଡେଲିଭରି ହୋଇପାରିବ ? ଏନେଇ କ’ଣ କୁହନ୍ତି ଡାକ୍ତର ଜାଣନ୍ତୁ ।

2,339

ଜଣେ ମହିଳାଙ୍କ ପାଇଁ ସାରା ଜୀବନ ମନେ ରହିଲା ଭଳି ସମୟ ହୋଇଥାଏ ଗର୍ଭାବସ୍ଥା । ଏହି ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦେଖାଯାଇଥାଏ । ଆଜିର ପ୍ରଦୂଷଣ ସମାଜରେ ଗର୍ଭାବସ୍ଥାରେ ଅଧିକ ଚାପ ନେବା ଯୋଗୁଁ ସାଧାରଣ ଡେଲିଭରିରେ ମଧ୍ୟ ଅନେକ ସମସ୍ୟା ଦେଖାଯାଏ । ଅଧିକାଂଶ ଗର୍ଭବତୀ ଏବେ ସାଧାରଣ ଅପେକ୍ଷା ସିଜରିଆନ୍ ଡେଲିଭରିକୁ ଆଦରୁଛନ୍ତି । ଅପରେସନ୍ କରି ଡେଲିଭରି କରିବାରେ ମଧ୍ୟ ଅନେକ କ୍ଷତି ଦେଖାଯାଇଥାଏ । କିନ୍ତୁ ପ୍ରଥମଟି ସିଜରିଆନ୍ କରିଥିଲେ ମଧ୍ୟ ଦ୍ୱିତୀୟ ସନ୍ତାନ ପାଇଁ ଜଣେ ମହିଳା ସାଧାରଣ ଡେଲିଭରିକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ଏଭଳି ଏକ ଭ୍ରାନ୍ତ ଧାରଣା ରହିଛି ଯେ ପ୍ରଥମ ସନ୍ତାନ ସିଜରିଆନ୍ ଡେଲିଭରିରେ ହୋଇଥିଲେ ଦ୍ୱିତୀୟ ସନ୍ତାନ ସାଧାରଣ ପ୍ରକ୍ରିୟାରେ ହେବା କଷ୍ଟକର । କିନ୍ତୁ ଏହା ସମ୍ପୁର୍ଣ୍ଣ ନହେଲେ ମଧ୍ୟ କିଛିକାଂଶରେ ମିଥ୍ୟା କହିପାରିବା । ସିଜରିଆନ୍ ଡେଲିଭରି ପରେ ସାଧାରଣ ଡେଲିଭରି ପାଇଁ କିଛି ଖାସ୍ କଥାର ଧ୍ୟାନ ରଖିବାକୁ ପଡିଥାଏ ।

୧ . ଗର୍ଭାବସ୍ଥାରେ ଅନ୍ତର : ଯଦି ଆପଣ ସିଜରିଆନ୍ ଡେଲିଭରି ପରେ ସାଧାରଣ ଡେଲିଭରିର ବିକଳ୍ପ ଆପଣାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଦୁଇ ଗର୍ଭାବସ୍ଥାରେ କେତେ ଅନ୍ତର ରହିବା କଥା ଜାଣିବା ଦରକାର । ଡାକ୍ତରଙ୍କ କହିବାନୁସାରେ , ଦୁଇ ଗର୍ଭାବସ୍ଥା ମଧ୍ୟରେ ୧୮ ମାସର ଅନ୍ତର ରହିବା ନିହାତି ଦରକାର ।

୨ . ୯ ମାସରେ ପିଲାର ଓଜନ : ସାଧାରଣ ଡେଲିଭରି ବିକଳ୍ପ ଆପଣାଇବା ପୂର୍ବରୁ ୯ ମାସରେ ଗର୍ଭସ୍ଥ ଶିଶୁର ଓଜନ ଜାଣିବା ନିହାତି ଆବଶ୍ୟକ । ଏହାଦ୍ୱାରା ପିଲା ସିଜରିଆନ୍ ବା ସାଧାରଣରେ ଜନ୍ମ ହେବ ତାହା ଜଣାପଡେ ।

୩ . ଡେଲିଭରି ସମୟରେ ଶିଶୁର ମୁଣ୍ଡ ତଳକୁ ହେବା ନିହାତି ଆବଶ୍ୟକ । ଏଭଳି ନହେଲେ ସିଜରିଆନ୍ ଛଡା ଅନ୍ୟ କିଛି ବିକଳ୍ପ ନାହିଁ ।

୪ . ଆପଣଙ୍କ ପ୍ରଥମ ଯନ୍ତ୍ରଣା କେତେ ମାତ୍ରାରେ ଆରୋଗ୍ୟ ଲାଭ କରିଛି ଏହା ବିଷୟରେ ମଧ୍ୟ ଡାକ୍ତରଙ୍କୁ ଜଣାଇବା ଆବଶ୍ୟକ ।