କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିକୁ ନେଇ ଆସିଲା ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତଙ୍କ ପ୍ରତିକ୍ରିୟା । କହିଲେ ରୋଜଗାର ପାଇଁ ବାଟ କଢ଼ାଇବ ନୂଆ ଶିକ୍ଷାନୀତି, ହେଲେ କାର୍ଯ୍ୟକାରୀ କରିବା ସବୁଠୁ ବଡ଼ ଆହ୍ୱାନ ।

914

କନକ ବ୍ୟୁରୋ : ୩୪ ବର୍ଷ ପରେ ଦେଶର ଶିକ୍ଷା ଢ଼ାଞ୍ଚକୁ ବଦଳାଇବା ପାଇଁ ନୂଆ ଶିକ୍ଷା ନୀତି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ ଶିକ୍ଷାର ମୌଳିକ ଢ଼ାଞ୍ଚାରେ ପରିବର୍ତନ କରିବା ପାଇଁ ଉଦ୍ୟମ କରାଯାଇଛି । ନୂଆ ଶିକ୍ଷାନୀତି ଅନେକ ଆଶା ବଢ଼ାଇଥିବା ବେଳେ ଏହାର କାର୍ଯ୍ୟକାରିତା ସବୁଠୁ ବଡ଼ ଆହ୍ୱାନ ବୋଲି କହିଛନ୍ତି ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍ ।

ନଜର ପକାନ୍ତୁ ଜାତୀୟ ଶିକ୍ଷା ନୀତିରେ କ’ଣ ରହିଛି ବିଶେଷତ୍ୱ?

୧୦ + ୨ ପାଠ୍ୟକ୍ରମ ବଦଳରେ ବିଦ୍ୟାଳୟ ପାଠ୍ୟକ୍ରମ ୫+୩+୩+୪ ବର୍ଷର ହେବ

– ଯେକୌଣସି ସ୍ନାତକ ଶିକ୍ଷାକୁ ୪ ବର୍ଷ କରାଯିବ

– ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଦିଆଯିବ

– ୩ ବର୍ଷ ବୟସରୁ ନାମଲେଖା ଓ ମାତୃଭାଷା କିମ୍ବା ଆଂଚଳିକ ଭାଷାରେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯିବ

– ଦଶମ ଓ ଦ୍ୱାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା

– ପ୍ରତିବର୍ଷ ବଦଳରେ ତୃତୀୟ, ପଂଚମ ଓ ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ

– ଶିକ୍ଷା ଅଧିକାର ସୀମା ୧୮ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି

– ଉଭୟ ସରକାରୀ ଓ ଘରୋଇ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ ସମାନ ବ୍ୟବସ୍ଥା

– ୟୁଜିସି ଓ ଏଆଇସିଟିଇ ଗୋଟିଏ ନିୟାମକ ସଂସ୍ଥା ‘ଭାରତୀୟ ଉଚ୍ଚଶିକ୍ଷା ପରିଷଦ ବା ଏଚ୍ଇସିଆଇ’ ଅଧୀନରେ ରହିବ

– ଏମ୍.ଫିଲ୍ ପାଠ୍ୟକ୍ରମ ଉଚ୍ଛେଦ ହେବ

– ଆଇଆଇଟି ଶିକ୍ଷାରେ କଳା, ସଂସ୍କୃତି ଭଳି ଶିକ୍ଷା ସାମିଲ କରାଯିବ

ନୂଆ ଶିକ୍ଷାନୀତି ଅନେକ ଆଶା ବଢ଼ାଇଥିବା ବେଳେ ଏହାର କାର୍ଯ୍ୟକାରିତା ସବୁଠୁ ବଡ଼ ଆହ୍ୱାନ ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍ । ଦୀର୍ଘ ୩୪ ବର୍ଷ ଧରି ଦେଶର ଶିକ୍ଷାନୀତିରେ ପରିବର୍ତନ ହୋଇନଥିଲା । ବଦଳୁଥିବା ସ୍ଥିତି ଅନୁଯାୟୀ ଶିକ୍ଷା ନୀତିରେ ପରିବର୍ତନ ଅଣାଯାଇଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିପାରିବ ବୋଲି ଆଶା କରାଯାଉଛି ।