ମିଶନ ଶକ୍ତି ଏକ ସଫଳ ଅଭିଯାନ କି ? କେତେ ଜଣ ମହିଳା ଏଥିରେ ସାମିଲ ହେଲେଣି, ଉତ୍ତର ରଖିଲେ ମନ୍ତ୍ରୀ ଟୁକୁନି ସାହୁ

Advertisment
ମିଶନ ଶକ୍ତି ଏକ ସଫଳ ଅଭିଯାନ କି ? କେତେ ଜଣ ମହିଳା ଏଥିରେ ସାମିଲ ହେଲେଣି, ଉତ୍ତର ରଖିଲେ ମନ୍ତ୍ରୀ ଟୁକୁନି ସାହୁ

କନକ ବ୍ୟୁରୋ : ମିଶନ ଶକ୍ତି ଏକ ସଫଳ ଅଭିଯାନ କି ? ବର୍ତ୍ତମାନ ସୁଦ୍ଧା ସରକାର ମିଶନ ଶକ୍ତିକୁ କେତେ ଅର୍ଥ ଆବଣ୍ଟନ କଲେଣି । କେତେ ଜଣ ମହିଳା ଏଥିରେ ସାମିଲ ହୋଇଛନ୍ତି । ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ । ମିଶନ ଶକ୍ତି ଏକ ସଫଳ ଅଭିଯାନ । ବର୍ତ୍ତମାନ ସୁଦ୍ଧା ସରକାର ମିଶନ ଶକ୍ତିକୁ ୮୧୯,୬୭,୩୩,୦୦୦ ଟଙ୍କା ଅର୍ଥ ସହାୟତା ଆବଣ୍ଟନ କରିଛନ୍ତି । ଏଥିରେ ୭୦,୦୦୦୧୦ ଜଣ ମହିଳା ସାମିଲ ହୋଇଛନ୍ତି ।

କୋରାପୁଟ ଜିଲ୍ଲାରେ ୩,୪୮,୧୯୨ ଜଣ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି । ଏହି ଜିଲ୍ଲାରେ ମିଶନ ଶକ୍ତିକୁ ୩୦,୫୪,୧୨,୦୦୦ ଟଙ୍କା ଅର୍ଥ ସହାୟତା ଆବଣ୍ଟନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମାଛ ଚାଷ, ଛତୁ ଚାଷ, ପନିପରିବା ଚାଷ, ଧାନ ମଣ୍ଡୀ ପରିଚାଳନା, ମଧ୍ୟାହ୍ଣ ଭୋଜନ ବଣ୍ଟନ, ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା, ମିଶନ ଶକ୍ତି ଭୋଜନାଳୟ, ପ୍ରାକ ବିଦ୍ୟାଳୟ ପୋଷାକ ବଣ୍ଟନ, ଡାକ୍ତରଖାନାରେ ରୋଗୀମାନଙ୍କୁ ଖାଦ୍ୟ ଦେବା, ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ବଣ୍ଟନ, କୁକୁଡା ଚାଷ, ଛେଳି ଚାଷ, ଅର୍ଥକାରୀ ଫସଲ ଚାଷ, ଚାରା ସୃଷ୍ଟି କରିବା, ମାଣ୍ଡିଆ ସଫା କରିବା ଯନ୍ତ୍ର ପରିଚାଳନା କରିବା ଓ ବିଦ୍ୟୁତ ବିଲ ଆଦାୟ କରିବା କାର୍ଯ୍ୟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe