କନକ ବ୍ୟୁରୋ : ରଖେ ହରି ମାରେ କିଏ ? ଏହି ଉକ୍ତି ର ସତ୍ୟତା ଆମେ ଅନେକ ସମୟରେ ପ୍ରତିପାଦିତ ହୋଇସାରିଛି । ଯାହା ମଣିଷର ସତଚେଷ୍ଟା ଦ୍ୱାରା ହୋଇପାରେନାହିଁ ତାହା ହିଁ କେବଳ ଇଶ୍ୱର ଚାହିଁଲେ ସମ୍ଭବ ହୋଇପାରେ । ଏଭଳି କିଛି ଅସମ୍ଭବକୁ ସମ୍ଭବ କରିଥିବା ଇଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ସେହି କୁନି ଶିଶୁଟିର ପରିବାର । ଭୁମିକମ୍ପରେ ଭାଙ୍ଗିଗଲା ବହୁତଳ ପ୍ରସାଦ । କୋଠା ତଲେ ଚାପି ହୋଇଗଲା ଜଣେ ୩ ବର୍ଷର ଶିଶୁ ୪୮ ଘଂଟା ପରେ ସୁରକ୍ଷିତ ଭାବେ ଉଦ୍ଧାର । ତୁର୍କୀରେ କିଛିଦିନ ତଳେ ଏକ ଭୟାବହ ଭୁମକମ୍ପ ଦେଖିବାକୁ ମିଳିଥିଲା । ଏହି ଭୁମିକମ୍ପରେ ଇଜାମିର ସହରର ଏକ ବହୁତଳ ପ୍ରସାଦ ମାଟିରେ ମିଶିଯାଇଥିଲା । ଏହି କୋଠାରେ ରହୁଥିବା ଅନେକ ଲୋକ ପ୍ରାଣ ହରାଇବା ସହ ଆଉ କିଛି ଲୋକଙ୍କୁ ସୁରକ୍ଷା ବାହିନୀ ସହାୟତାରେ ଉଦ୍ଧାର କରାଯାଇଥିଲା ।

Advertisment

ଏହି ଉଦ୍ଧାର ବେଳେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ଯାହାକି ଉଦ୍ଧାର କାର୍ଯ୍ୟର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଥିଲା । ଏହାକୁ ଦେଖି ସୁରକ୍ଷା କର୍ମୀ ମାନେ ଚକିତ ହୋଇଯାଇଥିଲେ । କୋଠା ଭାଙ୍ଗିବାର ୪୮ ଘଂଟା ପରେ ବି କୋଠାର ଗୋଟିଏ କୋଣରେ ସୁରକ୍ଷିତ ଭାବେ ବସି ରହିଥିଲା ଜଣେ ୩ ବର୍ଷର କନ୍ୟା ଶିଶୁ । ଯାହାଙ୍କ ନାମ ଏଲିଫ୍ ବୋଲି ଜଣାପଡିଛି । ଏହା କେମିତି ସମ୍ଭବ ବୋଲି ସୁରକ୍ଷା କର୍ମୀ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଉଦ୍ଧାର ବେଳେ ଏଲିଫ୍ ସାମାନ୍ୟ ଭୟଭିତ ଥିବା ପରିଲାଗୁଥିଲା । ହେଲେ ସେ ସମ୍ପୁର୍ଣ୍ଣ ସୁସ୍ଥ ଥିବା କଥା କହିଛନ୍ତି ସୁରକ୍ଷା କର୍ମୀ । ଏନେଇ ତୁର୍କୀର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି ପ୍ରଥମେ ଏଲିଫ୍ ର ମା ଓ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ମାତ୍ର ଏଲିଫ୍ ର ଭାଇକୁ ଉଦ୍ଧାର କଲା ବେଳକୁ ସେ ମୃତ୍ୟୁବରଣ କରିସାରିଥିଲେ ।

ତୁର୍କୀର ଜରୁରୀକାଳୀନ ଉଦ୍ଧାରକାରୀ ଟିମ୍ କହିଛନ୍ତି କି ଅନ୍ୟ ଏକ ଭଙ୍ଗାକୋଠା ତଳୁ ୨ ଜଣ ୧୪ ବର୍ଷିୟ ବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଯେଉଁମାନେ କି ୫୮ ଘଂଟା ଧରି ଭଙ୍ଗାକୋଠା ତଳେ ଫସି ରହିଥିଲେ । ତୁର୍କୀର ଭୁମକମ୍ପ ହେବା କାରଣରୁ ସୁନାମି ଆସିଯାଇଥିଲା । ଯାହା ଫଳରେ ତୁର୍କୀର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।