କନକ ବ୍ୟୁରୋ: ତିରଥ ସିଂହଙ୍କ ପରେ ମମତା ବାନାର୍ଜୀଙ୍କ ପାଳି । ଜାତୀୟ ରାଜନୀତିରେ କିଛି ଏହିଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ୧୧୪ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଇସ୍ତଫା ଦେଇଛନ୍ତି ତିରଥ ସିଂହ । ସାମ୍ବିଧାନିକ ସଂକଟ ଯୋଗୁଁ ତାଙ୍କୁ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ ପଡିଛି । କରୋନା କାଳରେ ଉପନିର୍ବାଚନ ସମ୍ଭବ ନଥିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଲା ।
ଏବେ ସମାନ ସଂକଟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ଷେତ୍ରରେ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ମମତା ବାନାର୍ଜୀ ଏଥର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ହାରି ଯାଇଥିଲେ । ତଥାପି ସେ ମେ’ ୪ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରେ ସେ ତାଙ୍କ ପୁରୁଣା ଭବାନୀପୁର ଆସନ ମଧ୍ୟ ଖାଲି କରାଇନେଲେ । କିନ୍ତୁ କରୋନା ମହାମାରୀ ଭିତରେ ପୁଣିଥରେ ନିର୍ବାଚନ ପ୍ରକ୍ରିୟା କେବେ ଆରମ୍ଭ ହେବ ସେନେଇ ଅନିଶ୍ଚିତତା ଲାଗିରହିଛି ।
ଯଦି ନଭେମ୍ବର ସୁଦ୍ଧା ନିର୍ବାଚନ କମିଶନ ଉପନିର୍ବାଚନ କରିବା ନେଇ କୌଣସି ନିଷ୍ପତି ନକରନ୍ତି ତେବେ ମମତାଙ୍କୁ ଇସ୍ତଫା ଦେବାକୁ ପଡିବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/16-5.jpg)