ଇଞ୍ଜିନିୟରିଂ ପାଠ ପ୍ରତି କମୁଛି କି ଆଗ୍ରହ? ଚଳିତ ବର୍ଷ ମଧ୍ୟ ପ୍ରାୟ ୬୦% ସିଟ୍ ଖାଲି ପଡିବା ଆଶଙ୍କା

129

କନକ ବ୍ୟୁରୋ: ଇଞ୍ଜିନୟରିଂ ପଢିବାକୁ ପିଲାଙ୍କ ଆଗ୍ରହ କମୁଛି । ରାଜ୍ୟରେ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜର ସିଟ୍ ସଂଖ୍ୟା ଓ ଚଏସ ଲକିଂରୁ ଏହା ସ୍ପଷ୍ଟ ହୋଇଛି । ଯଥେଷ୍ଟ ନିଯୁକ୍ତି ସୁଯୋଗ ମିଳୁନଥିବାକୁ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପାଠରୁ ମୁହଁ ଫେରାଇ ନେଉଥିବା ବିଶେଷଜ୍ଞ କହୁଛନ୍ତି ।

ଇଞ୍ଜିନିୟରିଂ ପାଠ ପ୍ରତି କମୁଛି କି ଆଗ୍ରହ? ଚଳିତ ବର୍ଷ ମଧ୍ୟ ପ୍ରାୟ ୬୦% ସିଟ୍ ଖାଲି ପଡିବା ଆଶଙ୍କା । ସିଟ ସଂଖ୍ୟା ୩୨,୦୦୦ କିନ୍ତୁ ଚଏସ୍ ଲକିଂ କରିଛନ୍ତି ୧୧,୭୦୦ ଜଣ । ଏହା ହେଉଛି ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜଗୁଡିକର ସ୍ଥିତି । ସରକାରୀ ଓ ବେସରକାରୀ କଲେଜ ମିଶାଇ ରାଜ୍ୟରେ ମୋଟ ୩୨ ହଜାର ସିଟ ଥିବା ବେଳେ ଚଳିତ ବର୍ଷ କଲେଜରେ ପଢିବା ପାଇଁ ଚଏସ୍ ଲକିଂ କରିଛନ୍ତି ମାତ୍ର ୧୧ ହଜାର ୭ ଶହ ଛାତ୍ରଛାତ୍ରୀ । ଓଜେଇଇ ପକ୍ଷରୁ ବି.ଟେକ୍, ବି.ଆର୍କ, ବି.ପ୍ଲାନ୍ ଆଦି ପାଠ୍ୟକ୍ରମ ପାଇଁ ଚଏସ୍ ଲକିଂ ସରଛି । କିନ୍ତୁ ଅଧାରୁ କମ୍ ସଂଖ୍ୟକ ପିଲା ଇଂଜିନିୟରିଂ ପାଠ ପଢ଼ିବା ପାଇଁ ଆକ୍ରମଣ

୨୦୨୦, ୨୦୧୯ ଏବଂ ୨୦୧୮ରେ ମଧ୍ୟ ରାଜ୍ୟରେ ପ୍ରାୟ ୬୦ରୁ ୬୫% ସିଟ ଖାଲି ପଡିଥିଲା । ତେବେ ଏହାର କାରଣ କଣ ମତ ଦେଇଛନ୍ତି ବିଶେଷଜ୍ଞ । ଆସନ୍ତୁ ନଜର ପକାଇବା
କାହିଁକି ଖାଲି ପଡୁଛି ସିଟ୍?

• ଇଂଜିନିୟରିଂ ପାଠ୍ୟକ୍ରମ ପରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ନାହିଁ
• ଅନ୍ୟ ପାଠ୍ୟକ୍ରମ ତୁଳନାରେ ଆଶାନୁଯାୟୀ ପାରିଶ୍ରମିକ ମିଳୁନାହିଁ
• ଭିତ୍ତିଭୂମି ଯାଞ୍ଚ ନକରି ମାଳମାଳ ବେସରକାରୀ କଲେଜ ଓ ସିଟ୍ ବୃଦ୍ଧି କରାଯାଇଛି
• କଲେଜଗୁଡିକରେ ଦୁର୍ବଳ ଭିତ୍ତିଭୂମି କାରଣରୁ ଶିକ୍ଷାଦାନର ମାନ କମିବା

ଆସନ୍ତା ୧୦ ତାରିଖରେ ସ୍ୱତନ୍ତ୍ର ଓଜେଇଇରେ ର୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀମାନେ ଚଏସ ଲକିଂ କରିପାରିବେ । ଏସବୁ ପ୍ରକ୍ରିୟା ସରିବା ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ନିଜ ର୍ୟାଙ୍କ ଅନୁଯାୟୀ କଲେଜଗୁଡକରେ ନାମ ଲେଖାଇ ପାରିବେ ।