ଲକଡାଉନ ପାଇଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ହେଲେ କମିଛି କି କରୋନା ସଂକ୍ରମଣ ? ପୁଣି ଥରେ ରାଜ୍ୟ ସହ ସାରା ଭାରତରେ ଲକଡାଉନ ଲାଗୁ ହେବା ଉଚିତ କି ? ପଢନ୍ତୁ ଜନମତରେ କଣ କହିଲା ଓଡିଶା…

222

କନକ ବ୍ୟୁରୋ: କରୋନା ମାଡ଼ରେ ଓଡ଼ିଶାରେ କି ପ୍ରଭାବ ପଡ଼ିଛି? ଓଡ଼ିଶାବାସୀଙ୍କ ଜୀବନ ଜୀବିକା କିପରି ପ୍ରଭାବିତ ହୋଇଛି, ତାହା ଜାଣିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ଭେ କରିଥିଲା କନକ ନ୍ୟୁଜ । ଉପକୂଳ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା, ଉତର ଓଡ଼ିଶାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଏହି ସର୍ଭେ କରାଯାଇଥିଲା । ବିଶେଷ କରି ଛୋଟ ମୋଟ ଚାକିରି, ବ୍ୟବସାୟ କରି ଚଳୁଥିବା ଲୋକଙ୍କ ସ୍ଥିତି ଜାଣିବାକୁ ପ୍ରୟାସ କରିଥିଲେ କନକ ନ୍ୟୁଜର ପ୍ରତିନିଧିମାନେ । ଦିନ ମଜୁରିଆ ଠାରୁ ପ୍ରବାସୀ ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ କିପରି ଚଳୁଛନ୍ତି, ଜୀବନ ଜୀବିକା ପାଇଁ କିପରି ଅହରହ ସଂଘର୍ଷ ଚଳାଇଛନ୍ତି, ଲୋକଙ୍କ ଠାରୁ ଜାଣିବା ପାଇଁ ଉଦ୍ୟମ କରିଛି କନକ ନ୍ୟୁଜ୍ ।

ପ୍ରଥମଥର ପାଇଁ ଏଭଳି ଏକ ଜନମତ ସର୍ଭେ କରାଯାଇଛି । ନେତାଙ୍କ ଲୋକପ୍ରିୟତା କିମ୍ବା ନିର୍ବାଚନ ପରେ ଭୋଟରଙ୍କ ମୁଡ ପରଖିବାକୁ ଅନେକ ସେର୍ଭ ପୂର୍ବରୁ କରାଯାଇଛି । ହେଲେ କୋଟି କୋଟି ଓଡିଆଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା ଏକ ଅଜଣା ଓ ସଂପୂର୍ଣ୍ଣ ନୂଆ ପ୍ରକାର ଭୂତାଣୁର ଭୟ କିଭଳି ରାଜ୍ୟର ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବିଗାଡି ଦେଇଛି, ତାହା ହାଁ ଜାଣିବାକୁ ଚେଷ୍ଟା କରିଛୁ ଆମେ । ସେହି ସର୍ଭେର ଫଳାଫଳକୁ ନେଇ କନକ ନ୍ୟୁଜର ସ୍ୱତନ୍ତ୍ର ରିପୋର୍ଟ – କରୋନା: କ’ଣ କହୁଛି ଓଡ଼ିଶା?

ଆମର ଓଡିଶାବାସୀଙ୍କୁ ଅନ୍ୟ ଏକ ପ୍ରଶ୍ନ ଥିଲା ତାଲାବନ୍ଦ ଯୋଗୁଁ ସଂକ୍ରମଣ କମିଛି କି ନାହିଁ?

ହଁ – ୫୬.୬୯

ନା – ୪୩.୩୧

ତେବେ ଏହି ପ୍ରଶ୍ନ ଉପରେ ମହିଳାଙ୍କ ମତ ପୁରୁଷଙ୍କ ଠାରୁ ଅଲଗା । ୭୫ ପ୍ରତିଶତ ମହିଳାମାନଙ୍କ ମତ ହେଉଛି ତାଲାବନ୍ଦ ଯୋଗୁଁ ସଂକ୍ରମଣ ହ୍ରାସ ପାଇନାହିଁ ।

ତାଲାବନ୍ଦ ଯୋଗୁଁ ସଂକ୍ରମଣ କମିଛି

ପୁରୁଷ – ୫୮.୫୧ %

ମହିଳା – ୨୫ %

୧୮ ବର୍ଷରୁ ଅଧିକ – ୪୫.୦୭ %

୩୦ ବର୍ଷରୁ ଅଧିକ – ୬୧.୦୬ %

୪୫ ବର୍ଷରୁ ଅଧିକ – ୫୭.୨୬ %

୬୦ ବର୍ଷରୁ ଅଧିକ – ୪୫ %

ସେହିଭଳି ତାଲାବନ୍ଦ ଯୋଗୁଁ ସଂକ୍ରମଣ କମିଛି କି? ପ୍ରଶ୍ନରେ ଉତ୍ତର ରହିଥିଲା ଯେ,

ହଁ – ୫୬.୬୯

ନା – ୪୩.୩୧

ତେବେ ଏହି ପ୍ରଶ୍ନ ଉପରେ ମହିଳାଙ୍କ ମତ ପୁରୁଷଙ୍କ ଠାରୁ ଅଲଗା । ୭୫ ପ୍ରତିଶତ ମହିଳାମାନଙ୍କ ମତ ହେଉଛି ତାଲାବନ୍ଦ ଯୋଗୁଁ ସଂକ୍ରମଣ ହ୍ରାସ ପାଇନାହିଁ ।

ତାଲାବନ୍ଦ ଯୋଗୁଁ ସଂକ୍ରମଣ କମିଛି

ପୁରୁଷ – ୫୮.୫୧ %

ମହିଳା – ୨୫ %

୧୮ ବର୍ଷରୁ ଅଧିକ – ୪୫.୦୭ %

୩୦ ବର୍ଷରୁ ଅଧିକ – ୬୧.୦୬ %

୪୫ ବର୍ଷରୁ ଅଧିକ – ୫୭.୨୬ %

୬୦ ବର୍ଷରୁ ଅଧିକ – ୪୫ %

ସେହିଭଳି ତାଲାବନ୍ଦ ଯୋଗୁଁ ସଂକ୍ରମଣ କମିଛି କି? ପ୍ରଶ୍ନରେ ଉତ୍ତର ରହିଥିଲା,

ହଁ – ୫୬.୬୯

ନା – ୪୩.୩୧

ତେବେ ଏହି ପ୍ରଶ୍ନ ଉପରେ ମହିଳାଙ୍କ ମତ ପୁରୁଷଙ୍କ ଠାରୁ ଅଲଗା । ୭୫ ପ୍ରତିଶତ ମହିଳାମାନଙ୍କ ମତ ହେଉଛି ତାଲାବନ୍ଦ ଯୋଗୁଁ ସଂକ୍ରମଣ ହ୍ରାସ ପାଇନାହିଁ ।

ତାଲାବନ୍ଦ ଯୋଗୁଁ ସଂକ୍ରମଣ କମିଛି

ପୁରୁଷ – ୫୮.୫୧ %

ମହିଳା – ୨୫ %

୧୮ ବର୍ଷରୁ ଅଧିକ – ୪୫.୦୭ %

୩୦ ବର୍ଷରୁ ଅଧିକ – ୬୧.୦୬ %

୪୫ ବର୍ଷରୁ ଅଧିକ – ୫୭.୨୬ %

୬୦ ବର୍ଷରୁ ଅଧିକ – ୪୫ %

ସେହିଭଳି କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ କଟକଣା ଯୋଗୁଁ ସାଧାରଣ ଲୋକଙ୍କ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ତେବେ କରୋନା ଭୟ ଏତେ ମାତ୍ରାରେ ଲୋକଙ୍କ ମଧ୍ୟରେ ଅଛି ଯେ ଅଧାରୁ ଅଧିକ ଲୋକ ତାଲାବନ୍ଦ ଅବଧି ବଢ଼ିବା ସପକ୍ଷରେ ମତ ଦେଇଛନ୍ତି । ଅବଶ୍ୟ ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ତାଲାବନ୍ଦ ବିରୋଧରେ ମତ ଦେଇଛନ୍ତି । ସମ୍ଭବତଃ ଘର ଚଳାଉଥିବା ମହିଳା ଅଧିକ ସମସ୍ୟାର ସମୁଖୀନ ହେଉଥିବାରୁ ସେମାନେ ତାଲାବନ୍ଦ ସପକ୍ଷରେ ନାହାନ୍ତି ।

ସର୍ଭେର ଅନ୍ୟ ଏକ ପ୍ରଶ୍ନ – ତାଲାବନ୍ଦ ବଢ଼ିବା ଉଚିତ କି?

ହଁ – ୬୩.୭୨ %

ନା – ୩୬.୨୮ %

ଅଧିକ ଦିନ ତାଲାବନ୍ଦ ସପକ୍ଷରେ

ପୁରୁଷ – ୬୪.୭୫ %

ମହିଳା – ୪୫.୮୩ %

୧୮ ବର୍ଷରୁ ଅଧିକ – ୭୬.୦୬ %

୩୦ ବର୍ଷରୁ ଅଧିକ – ୬୨.୩୯ %

୪୫ ବର୍ଷରୁ ଅଧିକ – ୬୧.୨୯ %

୬୦ ବର୍ଷରୁ ଅଧିକ – ୫୦ %

ତେବେ ଆମର ଶେଷ ପ୍ରଶ୍ନ ବା ଦଶମ ପ୍ରଶ୍ନ ଥିଲା ଚିରାଚରିତ । ଯାହାର ଉତ୍ତର ପ୍ରାୟ ଏକ ପ୍ରକାର ଆସିଛି । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ଭଳି କୋଭିଡ୍ ନିୟମକୁ ଖାମଖିଆଲି ଭାବେ ଲୋକେ ନେଉଛନ୍ତି ବୋଲି ଡାକ୍ତର ଏବଂ ପ୍ରଶାସନିକ ଅଧିକାରୀମାନେ କହୁଥିବା ବେଳେ ଆମ ସର୍ଭେରେ ଭାଗ ନେଇଥିବା ଲୋକ କିନ୍ତୁ କହିଛନ୍ତି ସେମାନେ ଏହିସବୁ ନିୟମ ପାଳନ କରୁଛନ୍ତି ।

ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଭଳି କୋଭିଡ୍ ନିୟମକୁ ପାଳନ କରୁଛନ୍ତି କି?

ହଁ – ୯୮.୬୪ %

ନା – ୧.୩୬ %