ଓଡିଶାରେ ଲୁଚିଛି ଗୁଜୁରାଟରୁ ନାବାଳିକାକୁ ଅପହରଣ କରିଥିବା ଶିକ୍ଷକ ! ସନ୍ଦେହରେ ରାଜ୍ୟ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଲା ସିବିଆଇ

ସୂଚନା ଥିଲେ ତୁରନ୍ତ ଜଣାଇବାକୁ ନିବେଦନ । ଏପଟେ ରାଜ୍ୟର ସମସ୍ତ ଡିଇଓ ଓ ବିଇଓଙ୍କୁ ନୋଟିସ୍ କଲା ବିଭାଗ

735

କନକ ବ୍ୟୁରୋ:  ଓଡିଶାରେ ଲୁଚିଛି କି ଗୁଜୁରାଟରୁ ଛାତ୍ରୀକୁ ଅପହରଣ କରିଥିବା ଶିକ୍ଷକ । ଏନେଇ ସିବିଆଇ ପକ୍ଷରୁ ରାଜ୍ୟ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ସିବିଆଇ । ଗୁଜୁରାଟର ନାବାଳିକା ଛାତ୍ରୀ ନିଧି ଖାଖରକୁ ଧବଲ ତ୍ରିବେଦୀ ନାମକ ଜଣେ ଶିକ୍ଷକ ଅପହରଣ କରିଥିବା ଅଭିଯୋଗ ହୋଇଥିଲା ।

ଗୁଜୁରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲାର ତଦନ୍ତ କରୁଛି ସିବିଆଇ । ହେଲେ ଏହି ଶିକ୍ଷକ ଜଣଙ୍କ ଓଡିଶାରେ ଲୁଚିଥିବା ସନ୍ଦେହ କରିଛି ଏହି ଜାତୀୟ ତଦନ୍ତକାରୀ ସଂସ୍ଥା । ସେଥିପାଇଁ ୧୨ତାରିଖରେ ରାଜ୍ୟ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ସିବିଆଇ । ଏନେଇ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଛି ରାଜ୍ୟ ଗଣଶିକ୍ଷା ବିଭାଗ । ଏହି ଶିକ୍ଷକଙ୍କ ବିରୋଧରେ ଅଭ୍ୟାସଗତ ଭାବେ ନାବାଳିକାମାନଙ୍କୁ ଅପହରଣ କରି ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ରହିଛି ।