କନକ ବ୍ୟୁରୋ: ବଲାଙ୍ଗୀରରେ ଅଛି କି ସୁନାଖଣି ? ଖପ୍ରାଖୋଲ ଥାନା ଅନ୍ତର୍ଗତ ଏକ ଗାଁର ନଳକୂଅରୁ ହଳଦିଆ ରଙ୍ଗର ଧାତୁ କଣିକା ମିଳିବା ପରେ ସୁନା ବାହାରିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲେ ଅଧିକାରୀ । ଆଉ ଏହାର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ଖଣି ବିଭାଗକୁ ପଠାଯାଇଛି ।
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ନାଂଦୁପଲା ପଞ୍ଚାୟତର ଛଂଚାଲିବାହାଲି ଗାଁ । ମହମ୍ମଦ ଜାଭେଦ ନାମକ ଜଣେ ଗ୍ରାମବାସୀ ନିଜ ଜମିରେ ଗଭୀର ନଳକୂପ ଖୋଳିଥିଲେ । ମଟର ଲଗାଇ ପାଣି କାଢ଼ିବା ବେଳେ ସେ ଯାହା ଦେଖିଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ସୁନା ଭିଳ ଚିକ୍ଚିକ୍ କରୁଥିବା କଣିକା ଦେଖିବା ପରେ ପାଣିକୁ କପଡ଼ାରେ ଛାଣିଥିଲେ । ହଳଦିଆ ରଙ୍ଗରୁ ଧାତୁ କଣିକା ମିଳିବା ପରେ ନଳକୂଅରୁ ସୁନା ବାହାରୁଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା ।
ନଳକୂଅରୁ ସୁନା ବାହାରୁଥିବା ପ୍ରଚାର ହେବା ପରେ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲେ ଖପ୍ରାଖୋଲ ତହସିଲଦାର ଓ ବିଡିଓ । ସୁରକ୍ଷା ପାଇଁ ଥାନା ଅଧିକାରୀ ମଧ୍ୟ ସେଠାରେ ପହଁଚିଥିଲେ । ନମୁନା ସଂଗ୍ରହ କରି ଏହାର ଯାଞ୍ଚ ପାଇଁ ଖଣି ବିଭାଗକୁ ପଠାଇଥିଲେ ତହସିଲଦାର । ତେବେ ଗନ୍ଧମାର୍ଦନ ପାଦଦେଶରେ ରହିଛି ଛଂଚାଲବାହାଲି୍ ଗାଁ । ଗନ୍ଧମାର୍ଦନରେ ବିଭିନ୍ନ ଧାତୁ ଭରପୂର ହୋଇ ରହିଥିବା ବେଳେ ସୁନା ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ମହମ୍ମଦ ଜାଭେଦଙ୍କ ନଳକୂଅରୁ ବାହାରୁଥିବା ଧାତୁକଣିକା ପ୍ରକୃତରେ କ’ଣ, ଖଣିବିଭାଗର ଯାଞ୍ଚ ପରେ ଜଣାପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/03/1-WDA.jpg)