ସରକାରଙ୍କୁ ସମାଲୋଚନା ପଡିବ ମହଙ୍ଗା । ଏହି ଦେଶରେ ବ୍ୟାନ୍ ହୋଇପାରେ ଫେସବୁକ୍ ।

7,022

କନକ ବ୍ୟୁରୋ : ଫେସବୁକ୍ ଉପରେ ଲାଗିବ ବ୍ୟାନ୍ ? କାହିଁକି ବନ୍ଦ ହେବାକୁ ଯାଉଛି ଫେସବୁକ୍ ? ସରକାରଙ୍କୁ ସମାଲୋଚନା ପଡିବ ମହଙ୍ଗା । ବ୍ୟାନ୍ ହେବ ଫେସବୁକ୍ ? ଫେସବୁକ୍…ସୋସିଆଲ୍ ମିଡିଆ ପ୍ଲାଟଫର୍ମର ଏହି ଆପ୍ ଆମ ଜୀବନର ଏକ ଅଂଶ ବନିଯାଇଛି ।

ଦେଶବିଦେଶର ଟିକନିକ୍ ଖବର ମଧ୍ୟ ବିଭିନ୍ନ ନ୍ୟୁଜ ଚ୍ୟାନେଲର ଫେସବୁକ୍ ପେଜରେ ଆପଣମାନେ ଦେଖିଥାନ୍ତି । ଏହାଛଡା ରାଜନୈତିକ ବୟାନବାଜି, ଆରୋପ ପ୍ରତ୍ୟାରୋପ ମଧ୍ୟ ଫେସବୁକରେ ଦେଖିବାକୁ ମିଳିଥାଏ । ସକାଳ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, କୋଟି କୋଟି ଲୋକ ଫେସବୁକରେ ଅନଲାଇନ୍ ରହିଥାନ୍ତି । ବନ୍ଧୁଙ୍କ ସହ ଯୋଗାଯୋଗ ହେଉ, କିମ୍ବା ନିଜ ଭାବନାକୁ ସମସ୍ତଙ୍କ ସାମ୍ନାରେ ରଖିବା ପାଇଁ, ଫେସବୁକ୍ ଏକ ମାଧ୍ୟମ ପାଲଟିଛି ।

କିନ୍ତୁ ଯେତେବେଳେ ସରକାରଙ୍କୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକରେ ସମାଲୋଚିତ ହେବାକୁ ପଡିଛି, ସେତେବେଳେ ଫେସବୁକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି ଏହି ଦ୍ୱୀପପୁଞ୍ଜର ସରକାର ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସରକାରଙ୍କ ତୀବ୍ର ସମାଲୋଚନା ପରେ, ସୋଲୋମୋନ୍ ଦ୍ୱୀପପୁଞ୍ଜରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ, ଫେସବୁକ ବ୍ୟବହାର ଉପରେ ବ୍ୟାନ ଲାଗିପାରେ ।

୬ଲକ୍ଷ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସୋଲୋମୋନ୍ ଦ୍ୱୀପପୁଞ୍ଜରେ ଫେସବୁକ୍ ଏକ ଲୋକପ୍ରିୟ ପ୍ଲାଟଫର୍ମ । ଯେଉଁଠାରେ ଲୋକମାନେ ନିଜ ଧାରଣାକୁ ଖୋଲାଖୋଲି ଭାବେ ସେୟାର କରନ୍ତି । କିନ୍ତୁ ନିକଟରେ ପ୍ରଧାନମନ୍ତ୍ରୀ ମନସେ ସୋଗାବରେଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ଫେସବୁକରେ ଲୋକମାନେ କଡା ସମାଲୋଚନାମୂଳକ ପ୍ରତିକ୍ରିୟା ରଖିଥିଲେ । ଆଉ ଯାହା ପରେ ଫେସବୁକ ଉପରେ ବ୍ୟାନ୍ ଲଗାଇବାକୁ ବିଚାର କରୁଛନ୍ତି ସରକାର । ଅନ୍ୟପଟେ ଫେସବୁକର ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ ସୋଲୋମୋନ୍ ସରକାରଙ୍କ ସହ ଯୋଗାଯୋଗ କରୁଛି । କାରଣ ସରକାରଙ୍କ ଏହି ପଦକ୍ଷେପ, ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବ ।