କନକ ବ୍ୟୁରୋ : ଝାଡଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ ଜେଏମଏମ ଛାଡି ବିଜେପିରେ ଯୋଗ ଦେବେ । ରାଜ୍ୟରାଜନୀତିରେ ଏହାକୁ ନେଇ ଜୋର ଧରିଛି ଚଚ୍ଚା । ଗତ କିଛି ଦିନ ହେବ ଝାଡଖଣ୍ଡ ରାଜନୈତିକ ଘଟଣାବଳୀକୁ ନେଇ ଚମ୍ପାଇ ସୋରେନ ଖୁସି ନଥିବା କୁହାଯାଉଛି । ଜେଲରୁ ହେମନ୍ତ ସୋରେନ ଫେରିବା ପରେ ରାତାରାତି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନେଇ ସେ ଖୁସିନଥିବା ମଧ୍ୟ କୁହାଯାଉଛି । ଏହି ସବୁ ଘଟଣାକ୍ରମରେ ନିଜ ଫାଇଦା ଖୋଜୁଛି ବିଜେପି ଓ ନିଜ ଶିବିରରେ ଯୋଗ ଦେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ବି ହେଉଛି ।
ଝାଡଖଣ୍ଡ ରାଜନୀତିରେ ବଡ଼ ଖବର । ଜେଏମଏମ୍ ଛାଡି ବିଜେପିରେ ଯୋଗଦେଇପାରନ୍ତି ଚମ୍ପାଇ ସୋରେନ
/kanak/media/post_attachments/wp-content/uploads/2024/08/4-32.jpg)