କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବଲପୁର ବିଧାନସଭା ଆସନରେ ବିଜେପିର ମଙ୍ଗ କିଏ ଧରିବ ସେ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଆଲୋଚନା ହେଉଛି, ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଜାଗାରେ ବିଜେପିର ମଙ୍ଗ ଧରିପାରନ୍ତି ଝିଅ ଶୁଭଶ୍ରୀ ମିଶ୍ର । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ନିର୍ବାଚନ ମଣ୍ଡଳୀରେ ଶୁଭଶ୍ରୀ ସକ୍ରିୟ ହେବା । ବିଭିନ୍ନ ସଭା ସମିତି ଓ କାର୍ଯ୍ୟକ୍ରମରେ ସାମିଲ ହେବା, ଲୋକ ସମ୍ପର୍କ ବଢ଼ାଇବା । ଆଉ ଏସବୁ ଶୁଭଶ୍ରୀଙ୍କ ରାଜନୀତି ପ୍ରବେଶର ଇସାରା ଦେଉଛି ବୋଲି କୁହାଯାଉଛି ।
ଗୋଟେପଟେ ଶୁଭଶ୍ରୀଙ୍କ ପଲିଟିକାଲ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଶୁଭଶ୍ରୀ । କହିଛନ୍ତି, ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଭାସମିତିରେ ଯୋଗ ଦେଉଛନ୍ତି । ଲୋକଙ୍କ ନିକଟକୁ ଯାଉଛନ୍ତି । ତେବେ ସମ୍ବଲପୁର ବିଧାନସଭାରୁ କିଏ ହେବ ବିଜେପି ପ୍ରାର୍ଥୀ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଶୁଭଶ୍ରୀ ସକ୍ରିୟ ହେବା, ସମ୍ବଲପୁର ରାଜନୀତିକୁ ସରଗରମ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/232.jpg)