କନକ ବ୍ୟୁରୋ: ଟିକା ନେବା ପରେ ବି ହୋଇପାରେ କି କରୋନା? ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଏସ୍ ସୁଲେମାନଙ୍କ କୋଭିଡ୍ ପଜିଟିଭ୍-ନେଗେଟିଭର ଦ୍ୱନ୍ଦ୍ୱ ଭିତରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆସୁଛି । ଯାହାର ଦୁଇଟି କାରଣ ଦେଇଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର । ସେ କହିଛନ୍ତି ଯେ, ପ୍ରଥମ ହେଉଛି ଆରଟିପିସିଆର ଟେଷ୍ଟ ରିପୋର୍ଟରେ ଭୁଲରେ ପଜିଟିଭ୍ ରିପୋର୍ଟ ଆସିଥିବା ସମ୍ଭାବନା ଏବଂ ଦ୍ୱିତୀୟଟି ହେଉଛି କୋଭିସିଲ୍ଡ ଟିକାର ସଫଳତା ବା ପ୍ରଭାବ ହାର ହେଉଛି ୮୬ ପ୍ରତିଶତ ।
ବିଶେଷଜ୍ଞଙ୍କ କହିବା କଥା, ଟିକା ନେଲେ ବି କିଛି ଲୋକଙ୍କୁ କରୋନା ସଂକ୍ରମଣ ହୋଇପାରେ । ହେଲେ ଏହା ସାମାନ୍ୟ ଧରଣର ହେବ, ଡାକ୍ତରଖାନା ଯିବାକୁ ପଡ଼ିବ ନାହିଁ କିମ୍ବା ମୃତ୍ୟୁ ମୁଖରେ ପଡ଼ିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/VACCINE.png)