ଶ୍ରୀଲଙ୍କାରେ ପୁଲିସ ସହ ଗୁଳିବିନିମୟ ସମୟରେ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ତିନି ଜଣଙ୍କୁ ଇସଲାମିକ୍ ଷ୍ଟେଟ୍ ସଂଗଠନ ନିଜର ବୋଲି ଦାବି କରିଛି। ରବିବାର ସକାଳେ ଚରମପନ୍ଥୀମାନଙ୍କର ସମ୍ବାଦ ସରବରାହ ସଂସ୍ଥାନ ଆମାକ୍ ନିଉଜ୍ ଏଜେନ୍ସି ପ୍ରକାଶ କରିଥିବା ଏକ ବିବୃତିରେ ଇସଲାମିକ୍ ଷ୍ଟେଟ୍ ସେମାନଙ୍କର ଯୁଦ୍ଧକାଳୀନ ଛଦ୍ମନାମ ଅବୁ ହାମ୍ମାଦ, ଅବୁ ସୁଫିୟାନ୍ ଏବଂ ଅବୁ ଅଲ୍-କ୍ୱାକ୍ୱା ବୋଲି ଉଲ୍ଲେଖ କରିଛି।
ସେମାନେ ସେମାନଙ୍କର ସ୍ୱୟଂକ୍ରିୟ ଅସ୍ତ୍ରଶସ୍ତ୍ର ଦ୍ୱାରା ଗୁଳି ଚଳାଇଥିଲେ ଏବଂ ଗୋଳାବାରୁଦ ସରିଯିବା ପରେ ବିସ୍ଫୋରକ ଖଞ୍ଜା କମରପଟିକୁ (ବେଲଟ) ଫୁଟାଇ ମୃତ୍ୟୁବରଣ କରିଥିଲେ। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ୧୭ ଜଣ ନାସ୍ତିକଙ୍କୁ ହତ୍ୟା କରିଥିବା କଥା ଇସଲାମିକ୍ ଷ୍ଟେଟ୍ ମିଛରେ ଦାବି କରୁଛି। ଆତଙ୍କବାଦୀମାନେ ସର୍ବଦା ସେମାନଙ୍କର ଦାବିକୁ ଅତିରଞ୍ଜିତ କରିଥାଆନ୍ତି। ଦାବି ସହ ପୃଷ୍ଠଭୂମିରେ ଆଇଏସ୍ ପତାକା ଥାଇ ଦୁଇ ଜଣ ବ୍ୟକ୍ତିର ଫଟୋ ଛଡ଼ାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଧରିଛି କାଲାସନିକୋଭ୍ ରଇଫଲର ଚୀନ୍ ସଂସ୍କରଣ ଏବଂ ଅନ୍ୟ ଜଣେ ମୃଦୁ ହସୁଛନ୍ତି। ଘଟଣାସ୍ଥଳରୁ ଠିକ୍ ସେଭଳି ଗୋଟାଏ ରାଇଫଲ ଉଦ୍ଧାର କରାଯାଇଛି।ଶ୍ରୀଲଙ୍କା ସେନା କହୁଛି ଯେ ଆମପାରା ଜିଲ୍ଲାରେ ଶୁକ୍ରବାର ଦିନ ହୋଇଥିବା ଗୁଳିବିନିମୟ ଯୋଗୁଁ ଛଅ ଜଣ ପିଲାଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Sri_Lanka_Blasts_08488-1-e1556359683385.jpg)
/kanak/media/post_attachments/wp-content/uploads/2019/04/5cc44b8421bc7.image_-300x183.jpg)