‘ବାଦୁଡି ସୁପ’ରୁ ବ୍ୟାପୁଛି ଭାଇରସ ! ଚୀନରେ ବ୍ୟାପୁଥିବା କୋରୋନା ଭୂତାଣୁ ପଛରେ ମୁଖ୍ୟ କାରଣ କି ବାଦୁଡି ସୁପ୍ ? ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

380

କନକ ବ୍ୟୁରୋ: ଚୀନରୁ ବ୍ୟାପୁଥିବା କୋରୋନା ଭାଇରସ୍ ଏବେ ପୂରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ଭାଇରାସର ସୃଷ୍ଟି କେଉଁଠୁ? ସୋସିଆଲ୍ ମିଡିଆରେ ବୁଲୁଥିବା ତଥ୍ୟ ଯଦି ସତ ହୋଇଥାଏ ତେବେ ଚୀନର ଉହ୍ବାନ ଠାରେ ଥିବା ସ୍ଥାନୀୟ ବଜାରରେ ମିଳୁଥିବା ବାଦୁଡ଼ି ସୁପ୍ ଏହି ଭାଇରସ୍ ବ୍ୟାପିବାର କାରଣ। ଏହି ଭାଇରସରେ ପୂରା ବିଶ୍ବରୁ ୮୦୦ ଲୋକ ସଂକ୍ରମିତ ହୋଇ ସାରିଥିବା ବେଳେ କେବଳ ଚୀନରୁ ୨୬ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।

ସୋସିଆଲ୍ ମିଡିଆରେ ଏବେ ଏହି ଖବର ଜୋର୍ ଧରିଛି ଯେ ବାଦୁଡ଼ି ସୁପ୍ ପାଇଁ ହିଁ ଏହି ଭାଇରସ୍ ବ୍ୟାପୁଛି। ଏପରିକି ଜଣେ ଯୁବତୀ ଦୁଇଟି ଚପଷ୍ଟିକ୍ ଧରି ବାଦୁଡ଼ି ଖାଉଥିବାର ଏକ ଫଟୋ ବି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି। ପ୍ରଥମେ ନାକ ଓ ଗଳାକୁ ଆକ୍ରମଣ କରୁଥିବା ଏହି ରୋଗକୁ ୧୯୬୦ ମସିହାରୁ ଚିହ୍ନଟ କରାଗଲାଣି। ବାଦୁଡ଼ି ମାଂସରୁ ଏହି ଭାଇରସ୍ ବ୍ୟାପୁଛି ବୋଲି ଯଦିଓ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ହେଲେ ଅନେକ ଗବେଷକ ବାଦୁଡ଼ିକୁ ଏହି ଭାଇରସ୍ର କାରଣ ବୋଲି ସନ୍ଦେହ କରୁଛନ୍ତି।

କେବଳ ଚୀନ ନୁହେଁ, ଏହି ଭାଇରସ୍ ଏବେ ଭାରତକୁ ବି ପଶିବା ଆରମ୍ଭ କଲାଣି। ମୁମ୍ବାଇର ୨ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ ଏବେ ସବୁ ଭାରତୀୟଙ୍କୁ ଘାରିଛି ଭୂତାଣୁ ଭୟ । ଓଟ, ବିରାଡ଼ି, ବାଦୁଡ଼ି, ଘୁଷୁରି, ସାପ ସମେତ ଅନ୍ୟ କିଛି ପଶୁପକ୍ଷୀମାନଙ୍କ ଠାରୁ ଏହି ଭୂତାଣୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥାଏ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଭାଇରସ ବ୍ୟାପିବା ପଛରେ ସି-ଫୁଡ୍ ମଧ୍ୟ ଅନ୍ୟତମ ପ୍ରମୁଖ କାରଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରକାଶ କରିଛି ।