ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି କି? କେମିତି ଜାଣିବେ ଆପଣଙ୍କ ମେସେଜ ଆଉ କେହି ପଢୁଛି ବୋଲି? କେମିତି ବଞ୍ଚିବେ ଏହି ହ୍ୱାଟ୍ସଆପ ହ୍ୟାକରୁ ?

3,127

କନକ ବ୍ୟୁରୋ : ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି କି? ଆପଣଙ୍କ ଗତିବିଧି ଆପଣଙ୍କ ଗୁପ୍ତତଥ୍ୟକୁ ଆଉ କେହି ପଢୁଛନ୍ତି କି? କାରଣ ମାତିଛନ୍ତି ହ୍ୱାଟ୍ସଆପ ହ୍ୟାକର । ମୋବାଇଲ ଆପଣଙ୍କ ପାଖେ ଥିବ ହେଲେ ସବୁ ମେସେଜ ପଢୁଥିବ ଅନ୍ୟ କେହି । ହ୍ୱାଟ୍ସଆପ ହ୍ୟାକ କରି ଆପଣଙ୍କ ପୂରା ଗତି ବିଧି ଉପରେ ନଜର ରଖି କରି ପାରନ୍ତି ବ୍ଲାକମେଲିଂ, କରିପାରନ୍ତି ବଦନାମ । ତେଣୁ ସାବଧାନ ହ୍ୱାଟ୍ସଆପ ୟୁଜର୍ସ । କେତେବେଳେ ବି ଆପଣଙ୍କ ମେସେଜ ଆଉ କେହି ପଢୁଥାଇ ପାରନ୍ତି ।

ତେବେ କେମିତି ଜାଣିବେ ଆପଣଙ୍କ ମେସେଜ ଆଉ କେହି ପଢୁଛି ବୋଲି । କେମିତି ବଞ୍ଚିବେ ଏହି ହ୍ୱାଟ୍ସଆପ ହ୍ୟାକରୁ । ନଜର ପକାନ୍ତୁ ଏହି ସବୁ ଉପାୟ ଉପରେ ।

ଯଦି ଆପଣଙ୍କୁ ଲାଗେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି, ତେବେ ସଙ୍ଗେ ସଙ୍ଗେ ହ୍ୱାଟ୍ସଆପ ସେଟିଙ୍ଗକୁ ଯାଇ ହ୍ୱାଟ୍ସଆପ ୱେବରେ ଚେକ କରନ୍ତୁ । ହ୍ୱାଟ୍ସଆପ ୱେବ ଆପଣ ନ ଓପନ କରି ମଧ୍ୟ ଯଦି ଆପଣଙ୍କୁ ଲଗ ଇନ ମାଗିଲା ତେବେ ବୁଝିନେବେ କେହି ଆପଣଙ୍କ ମେସେଜକୁ ପଢିଛନ୍ତି । ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ଲଗଆଉଟ କରିନେବେ ।

କେତକ ହ୍ୟାକର ଓଟିପି ମାଧ୍ୟମରେ ମଧ୍ୟ ହ୍ୱାଟ୍ସଆପ ହ୍ୟାକ କରିପାରନ୍ତି । କେହି ଆପଣଙ୍କ ନିଜ ଲୋକ ଆପଣଙ୍କୁ ଫୋନ କରି ଆପଣଙ୍କୁ ଓଟିପି ମାଗି ପାରନ୍ତି । ଏହି ଓଟିପି ଆପଣଙ୍କ ଫୋନର ହିଁ ହୋଇଥାଏ । ଯାହାକୁ ସେମାନେ ହାସଲ କରିବା ପାଇଁ ଚେଷ୍ଟା କରନ୍ତି । ଯଦି ଆପଣ ତାଙ୍କ କଥାରେ ରାଜି ହୋଇ ତାଙ୍କୁ ଓଟିପି ଦେଇ ଦିଅନ୍ତି । ତେବେ ସେମାନେ ଓଟିପି ନେଇ ଆପଣଙ୍କ ମେସେଜକୁ ତାଙ୍କ ମେଲକୁ ଟ୍ରାନ୍ସଫର କରି ଆପଣଙ୍କୁ ବ୍ଲାକମେଲ କରିପାରନ୍ତି ।

ଗୁଗୁଲ ପ୍ଲେ ଷ୍ଟୋରରେ ଏମିତି ଅନେକ ଆପ ଅଛି ଯାହା ଦ୍ୱାରା ହ୍ୱାଟ୍ସଆପର ଏହି ଫିଚରର ଫାଇଦା ଉଠାନ୍ତି କିଛି ଲୋକ । ଏହି ଆପ ଜରିଆରେ ଆପଣଙ୍କ ହ୍ୱାଟ୍ସଆପକୁ କେହି ନିଜ ଜଣାଶୁଣା ଲୋକ ହିଁ ହ୍ୟାକ କରନ୍ତି । ତେଣୁ ଏଭଳି ପରିସ୍ଥିତିରେ ଆପଣଙ୍କୁ ସତର୍କ ରହିବାକୁ ହେବ । ମୋବାଇଲ ଫୋନ କାହାକୁ ଦେବା ସମୟରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ ।