କନକ ବ୍ୟୁରୋ: ଡିସେମ୍ବର ୧ ଓ ୫ରେ ଗୁଜରାରେ ହେବ ବିଧାନସଭା ନିର୍ବାଚନ । ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଏନେଇ ତାରିଖ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୪ ନାମାଙ୍କନର ଶେଷ ଦିନ ରହିଛି । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୧୭ ନାମାଙ୍କନର ଶେଷ ଦିନ ରହିଛି । ଡିସେମ୍ବର ୧ ଓ ୫ ତାରିଖରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନରେ ମତଦାନ ହେବ । ୨୦୨୩ ଫେବ୍ରୁଆରୀ ୧୮ରେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି।
୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ମତଗ୍ରହଣ କରାଯିବ । ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ ୪ କୋଟି ୯୦ ଲକ୍ଷ ଭୋଟର ରହିଛନ୍ତି । ମତଦାନକୁ ଆଖିରେ ରଖି ୫୧ ହଜାର ୭୮୨ କେନ୍ଦ୍ର କରାଯାଇଛି । ୧୪୨ଟି ମଡେଲ ମତଦାନ କେନ୍ଦ୍ର ମଧ୍ୟ କରାଯାଇଛି । ମହିଳାଙ୍କ ପାଇଁ ୧୨୭୪ ମତଦାନ କେନ୍ଦ୍ର କରାଯାଇଛି । ଚଳିତ ନିର୍ବାଚନରେ ୪ ଲକ୍ଷ ୬୦ ହଜାର ଯୁବ ଭୋଟରଙ୍କୁ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/47.jpg)
/kanak/media/post_attachments/wp-content/uploads/2022/11/FgnvV4WUUAAGKrj.jpg)