ସମ୍ବଲପୁର କୁଚିଣ୍ଡାର ଇର୍ସିତା କେଶରୱାନି ଓଜେଏସ ଟପ୍ପର : ପରୀକ୍ଷା ଫଳ ପ୍ରକାଶ ପରେ ଘରେ ଉତ୍ସାହର ପରିବେଶ

342

କନକ ବ୍ୟୁରୋ : ଓପିଏସି ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗଡପୋଷର ଝିଅ ଇର୍ସିତା କେଶରୱାନି ଟପ୍ପର ହୋଇଛନ୍ତି । ଚଳିତବର୍ଷ ମଧ୍ୟ ମହିଳାମାନେ ବାଜିମାତ କରିଥିବା ବେଳେ ପଶ୍ଚିମ ଓଡିଶା ଗ୍ରାମାଂଚଳର ଝିଅ ଟପ୍ପର ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପରୀକ୍ଷା ଫଳ ପ୍ରକାଶ ପରେ ଘରେ ଉତ୍ସାହର ପରିବେଶ । ଝିଅକୁ ବାପା ମା ମିଠା ଖୁଆଇ ଖୁସି ମନାଇଛନ୍ତି । ବାପା ସଞ୍ଜୟ କେଶରୱାନୀ ଜଣେ ଔଷଧ ବ୍ୟବସାୟୀ ଏବଂ ମା ମନୋରମା ଜଣେ ଗୃହିଣୀ। ୧୯୯୫ ମସିହା ମାର୍ଚ୍ଚ ୨୨ ତାରିଖରେ ଜନ୍ମିତ ଇର୍ସିତା ପିଲାବେଳରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲ ଶୁଭେଚ୍ଛାର ସୁଅ ଛୁଟିଛି ।