ଘରୁ ମିଳିଲା ୨.୨୫ କୋଟି ଟଙ୍କା, ୮୨ଟି ପ୍ଲଟ୍ ଓ ୨୫ଟି ଦୋକାନର ଦସ୍ତାବିଜ୍; ତଥାପି ବି ଲାଂଚ ନେଉଥିଲେ ଆଇଆରଏସ୍ ଅଫିସର

927

ରାଜସ୍ଥାନର ଆଣ୍ଟି–କରପ୍ସନ ବ୍ୟୁରୋ କୋଟାର ନାରକୋଟିକ୍ସ ବିଭାଗର ଅତିରିକ୍ତ କମିଶନର ସହିରାମ ମୀଣାଙ୍କୁ ଲାଂଚ ନେଉଥିବା ସମୟରେ ଧରିଛି । ଏହାପରେ ଯେତେବେଳେ ସହିରାମଙ୍କ ଘର ଓ ଅଫିସ୍ ସମେତ କେତେକ ଅନ୍ୟ ସ୍ଥାନରେ ଚଢ଼ାଉ କରାଗଲା, ତେବେ କୋଟି କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି । ଅନୁସନ୍ଧାନକାରୀ ଟିମ୍ ମୁତାବକ, ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଥିବା କଥା ସାମନାକୁ ଆସିଥିଲା । ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ, ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ।

ସର୍ଚ୍ଚ ଅପରେସନ୍ ସମୟରେ ୮୨ଟି ପ୍ଲଟ୍  ଓ ୨୫ଟି ଦୋକାନର କାଗଜପତ୍ର ମିଳିଛି । ଏହା ବ୍ୟତୀତ ୨.୨୬ କୋଟି ଟଙ୍କାର ନଗଦ ଓ ପାଖାପାଖି ୬.୨୨ ଲକ୍ଷ ଟଙ୍କାର ଗହଣା ବି ଜବତ ହୋଇଛି । ଏହା ସହିତ ମୁମ୍ବାଇରେ ଏକ ଫ୍ଲାଟ୍, ଜୟପୁରର ସାଙ୍ଗାନେରରେ ୧.୨ ହେକ୍ଟର ଚାଷ ଜମି, ରାଜଧାନୀ ଜୟପୁର ମଝିରେ ଏକ ପେଟ୍ରୋଲ ପମ୍ପ ଓ ଏକ ମ୍ୟାରେଜ୍ ଗାର୍ଡେନ ଥିବାର ମଧ୍ୟ ସୂଚନା ମିଳିଛି ।

ସହିରାମ ମୀଣାଙ୍କ ଉପରେ ଲଗାତାର ନିୟମ ଉଲ୍ଲଘଂନ କରି ଲାଂଚ ନେବାର ଅଭିଯୋଗ ରହିଛି । ଚିତ୍ତୋଡଗଢ଼ର ଜଣେ ବ୍ୟକ୍ତିଙ୍କ ଠାରୁ ଅଫିମ ପଟ୍ଟାର ମୁଖିଆ ବନାଇବା ପାଇଁ ୧ ଲକ୍ଷ ଟଙ୍କା ଲାଂଚ ମାଗି ଧରାପଡିଛନ୍ତି । ଏବେ ବି ତାଙ୍କର ଅନେକ ଘରେ ଚଢ଼ାଉ କାମ ଜାରି ରହିଛି ।