କନକ ବ୍ୟୁରୋ: ବକେୟା ବିଦ୍ୟୁତ ବିଲ ଥିବା କହି ଲାଇନ୍ କାଟିଦେଇଛି ବିଭାଗ । ଆଉ ଉଠାଜଳସେଚନ ପ୍ରକଳ୍ପ ନଚାଲିବାରୁ ଚାଷ ଜମିକୁ ହୋଇପାରୁନି ଜଳସେଚନ । ଶୁଖିଲା ପଡିଛି ଚାଷ ଜମି । କାମାକ୍ଷାନଗର ଗୁଣ୍ଡିଚାନାଳୀ ଗାଁରେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ପାଣି ଅଭାବରୁ ଧାନ ଜମି ଫାଟି ଆଁ କରିଥିବା ବେଳେ ପରିବା ଫସଲ ମରିବାକୁ ବସିଲାଣି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଚାଷୀ । ଗାଁ ଲୋକଙ୍କ କହିବା କଥା ହେଲା ପୁରୁଣା ବିଦ୍ୟୁତ ବିଲ ବାକି ଅଛି । ବର୍ତମାନ ରେଗୁଲାର ହିସାବରେ ସେମାନେ ବିଦ୍ୟୁତ ବିଲ ପଇଠ କରୁଛନ୍ତି ।
ବିଦ୍ୟୁତ ବିଭାଗ ଲାଇନ କାଟି ଦେବା ଫଳରେ ଜଳ ପ୍ରକଳ୍ପ ଚାଲୁନାହିଁ ତେଣୁ ଜମିକୁ ପାଣି ମାଡ଼ି ପାରୁନାହିଁ । ଏପଟେ ବିଦ୍ୟୁତ ବିଭାଗ କହୁଛି ବିଦ୍ୟୁତ ବିଲ ବକେୟା ଥିବାରୁ କଟା ଯାଇଛି ଲାଇନ । ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳ କହିଛନ୍ତି ଅଭିଯୋଗ ଆସିଛି ବିଦ୍ୟୁତ ବିଲ ବକେୟା ଉପରେ ବିଚାର କରାଯାଇ ସମାଧାନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/hdhdhbbe.jpg)