ଇରଫାନ୍ ତୁମକୁ ଝୁରୁଛି ଦେଶ...ଝୁରୁଛନ୍ତି ଦର୍ଶକ କର୍କଟ ଯୁଦ୍ଧରେ ଜିତିଲେ, ଜୀବନ ଯୁଦ୍ଧରେ ହାରିଗଲେ । ବଲିଉଡରୁ ହଲିଉଡ ହିରୋ ନୁହେଁ ହୀରା ପରି ଚମକିଥିଲେ । ଜୀବନ ଦୀପ ଲିଭିବା ପୂର୍ବରୁ ଶେଷ ଚିଠି କ’ଣ ଲେଖିଥିଲେ ଇରଫାନ୍ ? ଯାହାକୁ ପଢ଼ିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ...

Advertisment
ଇରଫାନ୍ ତୁମକୁ ଝୁରୁଛି ଦେଶ...ଝୁରୁଛନ୍ତି ଦର୍ଶକ କର୍କଟ ଯୁଦ୍ଧରେ ଜିତିଲେ, ଜୀବନ ଯୁଦ୍ଧରେ ହାରିଗଲେ । ବଲିଉଡରୁ ହଲିଉଡ ହିରୋ ନୁହେଁ ହୀରା ପରି ଚମକିଥିଲେ । ଜୀବନ ଦୀପ ଲିଭିବା ପୂର୍ବରୁ ଶେଷ ଚିଠି କ’ଣ ଲେଖିଥିଲେ ଇରଫାନ୍ ? ଯାହାକୁ ପଢ଼ିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ...

କନକ ବ୍ୟୁରୋ: ଇରଫାନ୍ ଖାନ୍...ଏହି ନାଁ ହୁଏତ ସିନେପ୍ରେମୀଙ୍କ ମନରୁ କେବେ ନଲିଭିବାପରି ନାଁ । କାରଣ ଜଣେ ଥ୍ରିଏଟର କଳାକାରରୁ ସଂଘର୍ଷ କରି ବଲିଉଡ ଓ ପରେ ହଲିଉଡ ସିନେ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ । ଗତ ଦୁଇ ବର୍ଷ ଧରି ଯିଏ କର୍କଟ ଭଳି ମାରାତ୍ମକ ରୋଗ ସହ ଯୁଦ୍ଧ କରି ଜିତି ଆସିଥିଲେ ସେ ଜୀବନ ଯୁଦ୍ଧରେ ହାରିଗଲେ । ଆଉ ଅଫେରା ଦୁନିଆକୁ ଯିବା ପୂର୍ବରୁ ଇରଫାନ ଲେଖିଥିବା ଶେଷ ମେସେଜକୁ ନେଇ ସୋସିଆଲ ମିଡ଼ିଆରେ ସେୟାର କରି ତାଙ୍କୁ ଝରୁଛନ୍ତି ସିନେପ୍ରେମୀ ।

publive-imageକର୍କଟ ଯୁଦ୍ଧରେ ବିଜୟ ହାସଲ କରି ଭାରତ ଫେରିବା ପରେ ସେ ଗଣମାଧ୍ୟମ ପାଇଁ ଏକ ଭାବପ୍ରବଣ ଭରା ଚିଠି ଲେଖିଥିଲେ । ମେ, ୨୦୧୯ରେ ଗଣମାଧ୍ୟମକୁ ଲେଖିଥିବା ଏକ ଚଠିରେ କହିଥିଲେ କି, ଗତ କିଛି ମାସ ହେବ ମୋ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉଛି, ମୁଁ ଆପଣମାନଙ୍କ ଚିନ୍ତା ବିଷୟ ଜାଣିଛି, ଆପଣମାନେ ମୋ ସହ କଥା ହୋଇ ମୁଁ କର୍କଟ ଯୁଦ୍ଧରେ କେମିତି ଜିତିଲି ତାହାର ଅନୁଭୂତି ଆପଣଙ୍କ ସହ ବାଣ୍ଟିବାକୁ ଅନୁରୋଧ କରିଛନ୍ତି । କିନ୍ତୁ ମୁଁ ବର୍ତ୍ତମାନ ନିଜକୁ ଗଭୀରଭାବେ ମାପ କରୁଛି । ମୁଁ ଛୋଟ ଛୋଟ ପାଦ ଆଗକୁ ବଢ଼ାଇ ଧିରେ ଧିରେ ଗତି କରୁଛି । ପୁଣି ପୂର୍ବଭଳି ସ୍ୱାଭାବିକ ହେବାକୁ ଚେଷ୍ଟା କରୁଛି ଆଉ ଏହା ପଛରେ ଆପଣମାନଙ୍କ ପ୍ରାର୍ଥନା ମୋ ପାଇଁ ସଂଜୀବନି ସହ ସମାନ । ଆପଣମାନେ ମୋତେ ଏଭଳି ଭୟଙ୍କର କର୍କଟ ରୋଗକୁ ମୁକୁଳାଇବା ସହ ମୋର ଗୋପନୀୟତାକୁ ସମ୍ମାନ ଦେଇଛନ୍ତି ସେଥିପାଇଁ ମୁଁ ଆପଣଙ୍କ ସମ୍ମାନ କରେ ତେଣୁ ଆପଣମାନଙ୍କ ଧୌର୍ଯ୍ୟ ଏବଂ ଭଲ ପାଇବା ପାଇଁ ମୁଁ ଆପଣଙ୍କ ପାଖରେ ଚିର ଋଣି ହୋଇ ରହିବି...

ସେହିପରି ଗତ ଏପ୍ରିଲ ୧୨ ତାରିଖରେ ଇରଫାନ ଖାନ ଏକ ଟୁଇଟ କରିଥିଲେ ଯାହା ତାଙ୍କର ଶେଷ ଟୁଇଟ ଥିଲା । ଏହି ଟ୍ୱିଟରେ ସେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଅଙ୍ଗ୍ରେଜୀ ମିଡିୟମ’ର ସ୍କ୍ରିନିଂକୁ ନେଇ ଟୁଇଟ୍ କରିଥିଲେ । ତାଙ୍କର ଶେଷ ଟ୍ୱିଟରେ ସେ ଲେଖିଥିଲେ, ‘ମୁଁ ଭିତରେ ଅତ୍ୟନ୍ତ ଭାବପ୍ରବଣ ଏବଂ ବାହାରେ ବହୁତ ଖୁସି’ ।

ତେବେ କେବଳ ବଲିଉଡ ନୁହେଁ ହଲିଉଡରେ ମଧ୍ୟ ନିଜର ଦମଦାର ଭଏସ୍ ଓ ନିଖୁଣ ଅଭିନୟ ଯାଦୁରେ ସତେ ଯେମିତି ସେ ସମସ୍ତଙ୍କ ଅତି ଆପଣାର ପାଲଟି ଯାଇଥିଲେ । ସିଲଭର ସ୍କ୍ରିନରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିବାବେଳେ ତାଙ୍କ ସହ କାର୍ଯ୍ୟ କରିଥିବା ଅନେକ କଳାକାର ତାଙ୍କୁ ବେଶ୍ ଭଲ ମଧ୍ୟ ପାଆନ୍ତି । ଇରଫାନ୍ ଜଣେ ଏମିତି କଳାକାର ଯାହାଙ୍କ କ୍ୟାରିୟରରେ କେବେ ସେ ବିବାଦୀୟ ହୋଇନାହାନ୍ତି କିମ୍ବା ତାଙ୍କର କାହାସହ ମନ ମନାନ୍ତର ମଧ୍ୟ ହୋଇନାହିଁ । ତେଣୁ ସେ ଯିବା ପୂର୍ବରୁ ଲେଖିଥିବା ମେସେଜକୁ ନେଇ ଏବେ ସିନେପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe