ଦୀପାବଳୀ ପାଳିବା ପାଇଁ ଭାରତ ଫେରିବେ ଇରଫାନ ଖାନ!

କ୍ୟାନସରରେ ପୀଡିତ ହେବାପରେ ଚିକିତ୍ସା ପାଇଁ ଯାଇଥିଲେ ଲଣ୍ଡନ, ଏହି ଫିଲ୍ମର ଶୁଟିଂ ବି କରିବେ ଆରମ୍ଭ

90

ଇରଫାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିବା ବଲିଉଡ୍ ଅଭିନେତା ଇରଫାନ ଖାନ ବହୁତ ଶୀଘ୍ର ଦେଶକୁ ଫେରିବେ । ସେ ନ୍ୟୁରୋଏଣ୍ଡୋକ୍ରାଇନ୍ କ୍ୟାନସରରେ ପୀଡିତ ହେବାପରେ ଲଣ୍ଡନ ଚିକିତ୍ସା କରାଇବା ପାଇଁ ଯାଇଥିଲେ । ଏହି ସମୟ ମଧ୍ୟରେ ଇରଫାନ ଖାନ ସୋଶିଆଲ ମିଡିଆ ଜରିଆରେ ନିଜର ସ୍ୱାସ୍ଥ୍ୟ ସଂପର୍କିତ ସୂଚନା ଦେଉଥିଲେ ।

ଇରଫାନଙ୍କ କହିବାନୁସାରେ, ତାଙ୍କର କେମୋଥେରାପି ସେଶନ୍ ଚାଲୁଛି, ଯାହାର ପରିଣାମ ସକାରାତ୍ମକ ଆସୁଛି । ଏଥିରୁ ଜଣାପଡୁଛି ଇରଫାନ ସୁସ୍ଥ ହୋଇକି ଭାରତ ଫେରୁଛନ୍ତି । ରିପୋର୍ଟ ମୁତାବକ, ଏଥର ସେ ଦୀପାବଳୀ ଭାରତରେ ହିଁ ପାଳନ କରିବେ । ସୂଚନା ମୁତାବକ, ଡିସେମ୍ବରରେ ଇରଫାନଙ୍କ ହିନ୍ଦୀ ମିଡିୟମ-୨ର ଶୁଟିଂ ହେବ । ଏଥିରୁ ଜଣାପଡୁଛି କି ବୋଧହୁଏ ଇରଫାନ ଦୀପାବଳୀ ପରେ ସିଧାସଳଖ ଡିସେମ୍ବରରେ ହିଁ ଭାରତ ଫେରିବେ । କିଛି ମାସ ପୂର୍ବରୁ ଇରଫାନ ଟ୍ୱିଟ୍ କରି ନିଜର ରୋଗର ଖୁଲାସା କରିଥିଲେ ।