ଭଦ୍ରକରେ ଧାନକିଣାରେ ଅନିୟମତତା । ମାଳଦା ସେବା ସମବାୟ ସମିତିର ସମ୍ପାଦକ ନିଲମ୍ବିତ । ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କୃତ ।

Advertisment
ଭଦ୍ରକରେ ଧାନକିଣାରେ ଅନିୟମତତା । ମାଳଦା ସେବା ସମବାୟ ସମିତିର ସମ୍ପାଦକ ନିଲମ୍ବିତ । ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କୃତ ।

କନକ ବ୍ୟୁରୋ: ଧାନକିଣାରେ ଅନିୟମତତା ପାଇଁ ପୁଣି ନିଲମ୍ବିତ ହେଲେ ଜଣେ ସେବା ସମବାୟ ସମିତିର ସଂପାଦକ । ଶୁକ୍ରବାର  ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମାଳଦା ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ମଦନ ମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତାଙ୍କ ସହିତ ସମିତିର ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଧାନକିଣାରେ ଅନିୟମିତତା ଏବଂ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ଦୁହିଁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ୟପଟେ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଳଦା ସମିତିରେ ଧାନକିଣାର ଅନିୟମିତତା ସଂପର୍କରେ ଯୁଗ୍ମକମିଟି ଦ୍ୱାରା ଯାଞ୍ଚ କରାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe