କେନ୍ଦୁଝର ହାଟଡିହି ବ୍ଲକ ଷଡ଼ଙ୍ଗ ପଂଚାୟତରେ ପିଡିଏସ ଚାଉଳ ବଂଟନରେ ଅନିୟମିତତା । ୪ ମାସ ହେଲା ଷଡ଼ଙ୍ଗ ଗାଁ ଲୋକଙ୍କୁ ମିଳୁନି ପିଡିଏସ୍ ଚାଉଳ

40

କନକ ବ୍ୟୁରୋ : ପିଡିଏସ୍ ଚାଉଳ ପାଇଁ ପଂଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଷଡ଼ଙ୍ଗ ପଂଚାୟତରେ ପିଡିଏସ ଚାଉଳ ବଂଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଜାନୁଆରୀ ସାସ ଠାରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ୪ ମାସର ଚାଉଳ ମିଳିନଥିବା ଷଡ଼ଙ୍ଗ ଗାଁର ମହିଳା ମାନେ ଅଭିଯୋଗ କରିଛନ୍ତି । ଜାନୁଆରୀ ମାସରେ ପଂଚାୟତର ୫ଟି ଗାଁକୁ ଚାଉଳ ମିଳିଥିବା ବେଳେ ଷଡ଼ଙ୍ଗ ଗାଁ ଲୋକଙ୍କୁ ଚାଉଳ ଦିଆଯାଇନଥିବା ଅଭିଯୋଗ ହୋଇଛି । ସରପଂଚ ଆଜି ଦେବୁ କାଲି ଦେବୁ କହି ସମୟ ଗଡ଼ାଉଥିବା ଲୋକମାନେ ଅଭିଯୋଗ କରିଛନ୍ତି ।