କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଷାଣ୍ମାସିକ ବା ଅର୍ଦ୍ଧବାର୍ଷିକ ପରୀକ୍ଷା ହେଉଛି । ତେବେ ଏହି ପରୀକ୍ଷାରେ ପ୍ରଶ୍ନପତ୍ରର ଅଭାବ ଦେଖାଦେଇଛି । କେଉଁଠି ଜେରକ୍ସ ତ କେଉଁଠି କଳପଟାରେ ପ୍ରଶ୍ନ ଲେଖାଯାଇଛି । ପୁରୀ ଓ ପିପିଲିରୁ ଆସିଛି ଚିତ୍ର ।
ଆଜି ପ୍ରଥମ ଦିନରେ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ଚିତ୍ରାଙ୍କନ ଓ ଷ୍ଠଷ୍ଠ ଅଷ୍ଟମ ପିଲାଙ୍କ ଇତିହାସ ଓ ଭୂଗୋଳ ପରୀକ୍ଷା ଥିଲା । ଏହାଫଳରେ ସଂସ୍କାର ନାଁରେ ଏକକ ପରୀକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବୁ ପିଲାଙ୍କ ପାଇଁ ପ୍ରଶ୍ନପତ୍ର ପହଂଚିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କଳାପଟାରେ ପ୍ରଶ୍ନ ପଢି ଛାତ୍ରଛାତ୍ରୀ ଉତ୍ତର ଲେଖିଛନ୍ତିା
ଆବଶ୍ୟକ ପତ୍ରପତ୍ର ପଂହଚିନଥିବାରୁ ଅନେକ ସ୍ଥାନରେ ପ୍ରଶ୍ନପତ୍ର ଜେରକ୍ସ ହୋଇଛି । ପରୀକ୍ଷା ରେ ଏଭଳି ଅବ୍ୟବସ୍ଥା ନେଇ ଅଭିଭାବକ ବି ଚିନ୍ତାରେ ପଡିଛନ୍ତି । ପ୍ରଶ୍ନପତ୍ରରେ ଏଭଳି ଅବ୍ୟବସ୍ଥା ଦେଖା ଦେଇଥିବାବେଳେ ମୂଲ୍ୟାଙ୍କନ କଣ ହେବ ସେ ନେଇ ବି ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Exam.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-01-14h00m27s67-300x165.png)
/kanak/media/post_attachments/wp-content/uploads/2019/11/vlcsnap-2019-11-01-14h01m24s122-300x165.png)