ହଷ୍ଟେଲ କରିବା ନାଁରେ ଅନିୟମିତତା। ଟଙ୍କା ଖାଇଗଲେ ସ୍ପେଶାଲ କଣ୍ଟ୍ରାକ୍ଟର

ହଷ୍ଟେଲ କରିବା ନାଁରେ ଅନିୟମିତତା। ଟଙ୍କା ଖାଇଗଲେ ସ୍ପେଶାଲ କଣ୍ଟ୍ରାକ୍ଟର

କନକ ବ୍ୟୁରୋ: ବିଜୟ କୁମାର ଅଗ୍ରୱାଲ, କ୍ଲାସ-ୱାନ୍ କଣ୍ଟ୍ରାକ୍ଟର । । ଦୀପକ କୁମାର ଅଗ୍ରୱାଲ, ତାଙ୍କ ସହଯୋଗୀ । ହଷ୍ଟେଲ ତିଆରି କରିବା ନାଁରେ ସରକାରଙ୍କୁ ଲଗାଇଛନ୍ତି ଲକ୍ଷଲକ୍ଷ ଟଙ୍କାର ଚୁନା । ସୋନପୁର ଅଞ୍ଚଳରେ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ୨୦୧୯-୨୦ରେ ଟେଣ୍ଡର ପାଇଥିଲେ ବିଜୟ କୁମାର ଅଗ୍ରୱାଲ । ଟେଣ୍ଡର ପାଇବା ପରେ କାମ ମଧ୍ୟ ଶେଷ ହୋଇଥିଲା । କିନ୍ତୁ ଦିନ କେଇଟା ନଯାଉଣୁ, ସରକାର କରିଥିବା ନିୟମକୁ ଫୁ’ କରି ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ପରେ ଓଡ଼ିଶା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଏହି ହଷ୍ଟେଲ ଗୁଡ଼ିକର ଅନୁଧ୍ୟାନ କରିବା ପରେ ହଷ୍ଟେଲ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ ।

ନଜର ପକାନ୍ତୁ ଏହି ତଥ୍ୟ ଉପରେ
- ୨୦୧୯-୨୦ ମସିହାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ କେବିକେ ଜିଲ୍ଲାମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା
- ସେଥିମଧ୍ୟରୁ ୨୬ଟି ୧୨୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରାୟଗଡ଼ାରେ, ବଲାଙ୍ଗିରରେ ୮ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ସୋନପୁରରେ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା
- ଏହାମଧ୍ୟରୁ ୧୨ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ବିଜୟ ଓ ଦୀପକ ଚୁକ୍ତି କରିଥିଲେ
- ଚୁକ୍ତିର ମୂଲ୍ୟ ୮କୋଟି ୧୨ ଲକ୍ଷ ୩୦ହଜାର ୮୭୭ ଟଙ୍କା ହୋଇଥିଲା
- କେବଳ ସୋନପୁରରେ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପାଇଁ ଚୁକ୍ତି ମୂଲ୍ୟ ୨କୋଟି ୭୧ଲକ୍ଷ ୨୪ହଜାର ୨୦୭ ଟଙ୍କା ଧାର୍ଯ୍ୟ କରାଯାଇଥିଲା

ତେବେ ସୋନପୁରରେ ନିର୍ମାଣ ହୋଇଥିବା ୪ଟି ହଷ୍ଟେଲରେ ଆର୍ଥିକ ଅନିୟମିତା ଅଭିଯୋଗ ପାଇବା ପରେ ଓଡ଼ିଶା ଭିଜିଲାନ୍ସର ଟେକ୍ନିକାଲ ୱିଙ୍ଗ୍ ଏହି ହଷ୍ଟେଲଗୁଡ଼ିକର ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ବେଳେ ଛାତର ସ୍ଲାବ ଯେତିକି ମୋଟା ରହିବା କଥା, ସେତିକି ନଥିବା ଦେଖିବାକୁ ପାଇଥିଲେ । ଏଥିସହ କାନ୍ଥରୁ ପାଣି ଗଳିବା ସହ ତଳ ଚଟାଣ ଫାଟି ଯାଇଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ହଷ୍ଟେଲରେ ଲାଗିଥିବା କବାଟ ଓ ଝରକାର କାଠ ଅତ୍ୟନ୍ତ ଶସ୍ତା ଓ ନିମ୍ନମାନର ଥିବା ଦେଖିବାକୁ ମିଳିଥିଲା । ଏପରିିକି ସମସ୍ତ ବୈଦ୍ୟୁତିକ ଉପକରଣ ମଧ୍ୟ ଅତ୍ୟନ୍ତ ନିମ୍ନମାନର ବ୍ୟବହାର ହୋଇଥିଲା । ନିମ୍ନମାନର ସାମଗ୍ରୀ ଲଗାଇ ପାଖାପାଖି ୩୫ଲକ୍ଷ ଟଙ୍କା ହଡ଼ପ କରିଥିବା ସାମ୍ନାକୁ ଆସିଥିଲା ।

ଭିଜିଲାନ୍ସ ଏହି ମାମଲାର ତଦନ୍ତ କରୁଥିବା ଜାଣିବାକୁ ଯାଇ ଉଭୟ ବିଜୟ ଓ ଦୀପକ ଦୀର୍ଘ ଦିନ ଧରି ଫେରାର ଥିଲେ । ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଉରକେଲାରୁ ଉଭୟଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ । ଗିରଫ କରିବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe