କନକ ବ୍ୟୁରୋ: ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ । ଓଡିଆ ପରୀକ୍ଷାର୍ଥୀଙ୍କୁ ଦିଆଗଲା ତେଲଗୁ ପ୍ରଶ୍ନପତ୍ର । ପରୀକ୍ଷା ଦେବାରୁ ବଂଚିତ ହେଲେ ମେଧାବୀ ଛାତ୍ରୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରୁ ଆସିଛି ଏହି ସଂଗୀନ ଅଭିଯୋଗ । ଶିକ୍ଷା ବିଭାଗର ଦାୟିତ୍ୱହୀନତା ଯୋଗୁଁ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇ ପାରିନାହାନ୍ତି ତେଲକୋଇ ଜଗନ୍ନାଥ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପଂଚମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶ ।
ସୂଚନା ଅନୁସାରେ ପ୍ରିୟଙ୍କାଙ୍କ ଆଡମିଟ କାର୍ଡରେ କାଟାଗୋରୀ ଜେନେରାଲ ବଦଳରେ ଓବିିସି ଲେଖା ରହିଛି । ସେହିପରି ପରୀକ୍ଷା ଭାଷା ଓଡିଆ ବଦଳରେ ତେଲଗୁ ଲେଖା ରହିଛି । ତେଲକୋଇ ବ୍ଲକରେ ମୋଟ ୩୦୬ ଜଣ ପରୀକ୍ଷାର୍ଥୀ ୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । କେବଳ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶଙ୍କ କ୍ଷେତ୍ରରେ ଏଭଳି ବିଭ୍ରାଟ ଦେଖା ଦେଇଛି । ତେଣୁ ଛାତ୍ରୀ ଓ ପରିବାର ଲୋକେ ଆଉ ଥରେ ଓଡିଆରେ ନବୋଦୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ଦେବାକୁ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/Screen-Shot-2024-01-21-at-9.16.10-AM.jpg)