ଗୋଟିଏ କୋଠରୀରେ ପଢୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ ; କେମିତି ପାଠ ପଢାଉଛନ୍ତି ଶିକ୍ଷକ?

ଗୋଟିଏ କୋଠରୀରେ ପଢୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ ; କେମିତି ପାଠ ପଢାଉଛନ୍ତି ଶିକ୍ଷକ?

କନକ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଗୋଟିଏ ଶ୍ରେଣୀରେ ପାଠ ପଢୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ। ୪ବର୍ଷ ହେବ ସ୍କୁଲରେ ପିଇବା ପାଣିର ବ୍ୟବସ୍ଥା ନଥିବା ବେଳେ ପୋଖରୀ ପାଣିରେ ରନ୍ଧାହେଉଛି ମଧ୍ୟାହ୍ନ ଭୋଜନ। କେନ୍ଦ୍ରାପଡା ରାଜକନିକା ବ୍ଲକ ବଳରାମପୁର ସରକାରୀ ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ମୋଟ ୧୦୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପାଠ ପଢାଇବାକୁ ରହିଛନ୍ତି ମାତ୍ର ୩ ଜଣ ଶିକ୍ଷକ। ଶ୍ରେଣୀଗୃହ ଅଭାବରୁ ସମୟ ସମୟରେ ଗୋଟିଏ ଗୃହରେ ଚାରୋଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଛି। ଏହାଦ୍ୱାରା ପିଲାଙ୍କ ପାଠପଢା ପ୍ରଭାବିତ ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ସ୍କୁଲର ଅନେକ ଶ୍ରେଣୀ ଗୃହ ଭାଙ୍ଗିରୁଜି ଯାଉଥିଲେ ମଧ୍ୟ ଏହାକୁ ମରାମତି କରାଯାଉନାହିଁ। ସେହିପରି ସ୍କୁଲରେ ପିଇବା ପାଣିର ବ୍ୟବସ୍ଥା ନଥିବା ବେଳେ ସ୍କଲ ପାଖରେ ଥିବା ଏକ ପୋଖରୀ ପାଣିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏଭଳି ଚିତ୍ର ଚିନ୍ତା ବଢାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe