ଅନ୍ଧାରୁଆ ବିକାଶ କାର୍ଯ୍ୟ । ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ ।

78

କନକ ବ୍ୟୁରୋ: ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ । ଠିକଦାର ମନଇଚ୍ଛା ରାତି ଅଧିଆ କାମ କରି ରାଜସ୍ୱ ଲୁଟୁଥିବା ବେଳେ ପ୍ରଶାସନର ନୀରବତା ନେଇ ଉଠିଲା ପ୍ରଶ୍ନ । ପୁରୀ ସାକ୍ଷୀଗୋପଳରୁ ଅଳଗୁମ ମୁଖ୍ୟରାସ୍ତା ନରେନ୍ଦ୍ରପୁର ଠାରେ ରାତିଅଧିଆ ଗାର୍ଡୱାଲ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର କାହିଁକି ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।