କନକ ବ୍ୟୁରୋ : ତୁରିନ୍ତିରା ଠାରୁ ଚଣାହଟା ପର୍ଯ୍ୟନ୍ତ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନୂତନ ରାସ୍ତା ନିର୍ମାଣ ରେ ଅନିୟମିତତା ଅଭିଯୋଗ । ଉକ୍ତ ରାସ୍ତାଟି ୫ ଦଶମିକ ୩୪ କିମି ରାସ୍ତାର ଲମ୍ବ ପିଚୁ କାମ ହେଉଛି । ୨୦୨୨ ଏପ୍ରିଲ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ କାମର ଅବଧି ଥିଲା । ହେଲେ କାମରେ ବିଳମ୍ୱ ହୋଇଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ କୁଳନ୍ତିରା ଗ୍ରାମ ଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ପିଚୁ କାମ ହୋଇଛି ।

Advertisment

ହେଲେ ସ୍ଥାନେ ସ୍ଥାନେ ପିଚୁ ଫାଟି ଆଁ କରିଛି । କୁଳନ୍ତିରା ଶାସନ ସଙ୍କଟତାରିଣୀଙ୍କ ମନ୍ଦିର ନିକଟରେ ପିଚୁ ଛେଲା ହୋଇ ଉଠି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ବର୍ଷା ସମୟରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । କିଛି ବ୍ୟକ୍ତି ନୂଆ କରି ହୋଇଥିବା କାମକୁ ସ୍ଥାନୀୟ ଲୋକେ ଜାଣି ଶୁଣି ଛଡେଇ ଦେଇଥିବା ଠିକା ସଂସ୍ଥାର ସୁପର ଭାଇଜର ଥାନାରେ ଅଭିଯୋଗ କରିଛନ୍ତି । ରାସ୍ତା ଖରାପ ହେଲେ ୫ ବର୍ଷ ପର୍ଯ୍ୟନ୍ତ ଏହାର ସୁରକ୍ଷା ଠିକାଦାରଙ୍କ ଦାୟିତ୍ୱ ବୋଲି ଗ୍ରାମ୍ୟ ଉନୟନ୍ନ ବିଭାଗ ସହକାରୀ ଯନ୍ତ୍ରୀ ଓକିଲ ମହାପାତ୍ର କହିଛନ୍ତି ।