କଲବଲ କରୁଛି ଅଦିନିଆ ବର୍ଷା। ପାଣିରେ ଉବୁଟୁବୁ ଚେନ୍ନାଇ, ପୁଦୁଚେରୀ । ସ୍କୁଲ, କଲେଜ ବନ୍ଦ

71

କନକ ବ୍ୟୁରୋ: ତାମିଲନାଡୁରେ ଅଦିନିଆ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରବିବାର ଲଗାଣ ବର୍ଷା ଯୋଗୁଁ ଚେନ୍ନାଇର ୨୫୦ରୁ ଅଧିକ ଘର ଉଜୁଡି ଯାଇଛି । ସମସ୍ତ ଲୋକଙ୍କୁୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ କ୍ୟାମ୍ପରେ ରଖାଯାଇଛି । କୁହାଯାଉଛି ୨୦୧୫ ପରେ ରାଜ୍ୟରେ ଏହା ସବୁଠୁ ବଡ ବର୍ଷା ବିତ୍ପତ୍ତି । ଆଗାମୀ ଦୁଇ ଦିନ ମଧ୍ୟ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲ , କଲେଜ୍ ସବୁ ବନ୍ଦ କରିଦିଆଯାଇଛି ।

IMD ର ସୂଚନା ମୁତାବକ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳରେ ସାମୁଦ୍ରିକ ପବନ ପ୍ରବାହିତ ହେଉଛି । ଫଳରେ ଏଠାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଉତ୍ତର- ପଶ୍ଚିମ ଦିଗରେ ତାମିଲନାଡୁ ଆଡକୁ ପ୍ରବାହିତ ହେଉଛି । । ଫଳରେ ତାମିଲନାଡୁ ଉପକୂଳରେ ସାଇକ୍ଲୋନିକ୍ ପ୍ରେସରରେ ଏଭଳି ବର୍ଷା ହେଉଛି । ପୁଦୁଚେରୀରେ ମଧ୍ୟ ସମାନ ସ୍ଥିତି । ଏଠାରେ ମଧ୍ୟ ବର୍ଷା ଲାଗି ରହିଛି । ଏଠିକାର କିଛି ଇଲାକା ପାଣି ଘେରରେ ରହିଛି ।