କନକ ବ୍ୟୁରୋ: ଏଆଇ କ୍ୟାମେରାରେ ଧରାପଡ଼ିଲା ମାଟ୍ରିକ୍ ପରୀକ୍ଷାରେ ତ୍ରୁଟି । ଧରାପଡ଼ିଲା ୭ଟି ସ୍କୁଲର ପରୀକ୍ଷା କେନ୍ଦ୍ରର ବିଭ୍ରାଟ । ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ଦେଖିବାକୁ ମିଳିଛି । ଗତକାଲି ଇଂରାଜୀ ପରୀକ୍ଷା ଥିବା ବେଳେ ତ୍ରୁଟି ଧରିଛି ଏଆଇ ।

Advertisment

ଭଦ୍ରକ ମଦନ ମୋହନ ଜୀଉ ନୋଡାଲ ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଛି । ଯାଜପୁର ଗୋବିନ୍ଦଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ସେହିପରି କେନ୍ଦୁଝର ହାଟଡିହି ହାଇସ୍କୁଲର ୫ ନମ୍ବର ରୁମରେ ପରୀକ୍ଷାର୍ଥୀ ଏପଟ ସେପଟ ବୁଲୁଥିବା ଓ ନିଜ ନିଜ ମଧ୍ୟରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଭଦ୍ରକ ବନ୍ଧଗାଁରେ ପ୍ରଶ୍ନପତ୍ର ଗୁଡ଼ିକୁ ଲୁହା ବାକ୍ସରେ ରଖାଯାଇନଥିଲା । ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡ଼ିକ ବାହାରେ ରହିଥିଲା । ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ସନ୍ଦେହଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି । ସେହିପରି ଆର. ଉଦୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନବରଙ୍ଗପୁର ଡାବୁଗାଁ ପରୀକ୍ଷା କେନ୍ଦ୍ରରେ ମଧ୍ୟ ବିଭ୍ରାଟ ଧରିଛି ଏଆଇ ।