କନକ ବ୍ୟୁରୋ : ଭାରତ-ଚୀନ୍ ସୀମାନ୍ତ ଉତ୍ତେଜନା ଜନିତ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଦେଇଥିବା ବିବୃତିରେ ବେଜିଙ୍ଗ୍ ବିରକ୍ତି ପ୍ରକାଶ କରିଛି। ଚେତାବନୀ ଦେଇ ବେଜିଙ୍ଗ୍ କହିଛି ଯେ, ଉଭୟ ଶାନ୍ତି ଓ ଯୁଦ୍ଧ ନିମନ୍ତେ ଚୀନ୍ ପ୍ରସ୍ତୁତ ଅଛି।
ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ’ ସମ୍ପାଦକୀୟରେ ଉଲ୍ଲେଖ ଅଛି ଯେ ମଙ୍ଗଳବାର ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଅଭିଭାଷଣ ଦେଇଥିଲେ। ଚୀନ୍ ଓ ଭାରତ ସମ୍ପର୍କ ମଧ୍ୟରେ ସୀମାନ୍ତ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରିବା ସହ କହିଥିଲେ ଯେ ଭାରତୀୟ ସୈନିକମାନେ ଖୁବ୍ ନୀତିନିଷ୍ଠ ଓ ସାହସୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Capture-6.jpg)