କନକ ବ୍ୟୁରୋ: ସ୍ୱାମୀକୁ ବିକିବାକୁ ସ୍ତ୍ରୀ ସୋସିଆଲ ସାଇଟର ଏକ ଅକ୍ସନ୍ ସାଇଟରେ ଦେଲେ ବିଜ୍ଞାପନ । ଏପରି ଖବର ଆସିଛି ନ୍ୟୁଜିଲାଣ୍ଡରୁ । କାରଣ ବି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

Advertisment

ଅନ୍ତର୍ଜାତୀୟ ସମ୍ବାଦପତ୍ର ‘ଦ ମିରର୍’ର ଖବର ମୁତାବକ, ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ଆଇରିସ୍ ମହିଳା ଲିଣ୍ଡା ମ୍ୟାକ୍‌ଆଲିଷ୍ଟର ଏକ ନିଲାମ ସାଇଟ ‘ନ୍ୟୁଜିଲ୍ୟାଣ୍ଡ ଇବେ’ରେ ନିଜ ସ୍ୱାମୀଙ୍କୁ ବିକିବାକୁ ବିଜ୍ଞାପନ ଦେଇଥିଲେ । ଦୁଇ ସନ୍ତାନର ମା' ହେଉଛନ୍ତି ଲିଣ୍ଡା ମ୍ୟାକଆଲିଷ୍ଟର । ସେ ତାଙ୍କ ସ୍ୱାମୀ ଜନ୍ ମ୍ୟାକଆଲିଷ୍ଟରଙ୍କୁ ନିଲାମ ସାଇଟ୍ ଟ୍ରେଡ୍ ରେ ବିକ୍ରୟ ପାଇଁ ତାଲିକାଭୁକ୍ତ କରିଥିଲେ । ଜନ୍ ମାଛ ଧରିବାକୁ ଯାଇଥିବାବେଳେ ଲିଣ୍ଡା ଏହି ବିଜ୍ଞାପନ ଦେଇଥିଲେ । ଏହି ବିଜ୍ଞାପନ ବିଷୟରେ ଜନ୍ ନିଜ ସାଙ୍ଗ ମାନଙ୍କ ପାଖରୁ ଜାଣିବାକୁ ପାଇଥିଲେ ।

ଲିଣ୍ଡା ନିଲାମ ସାଇଟରେ ଲେଖିଛନ୍ତି ଯେ, ତାଙ୍କ ସ୍ୱାମୀ ଜନ୍ ଜଣେ ଡେଙ୍ଗା ଓ ଦେଖିବାକୁ ସୁନ୍ଦର ଚେହେରା ଥିବା ବ୍ୟକ୍ତି । ସେ ଶିକାର କରିବାକୁ ଓ ମାଛ ଧରିବାକୁ ଭଲ ପାଆନ୍ତି । ଏହାସହ ସେ ମାଂସ ବ୍ୟବସାୟ ମଧ୍ୟ କରନ୍ତି । ତାଙ୍କୁ ଟିକେ ଭଲ ଖାଇବାକୁ ଦେଇଦେଲେ ସେ ଭାରି ଖୁସି ହୋଇଯାଆନ୍ତି । କିନ୍ତୁ ତାଙ୍କ ପାଖରେ ପରିବାରରେ ବ୍ୟବସ୍ଥିତ ଢଙ୍ଗରେ ବଂଚିବା ଶୈଳୀ ଜଣାନାହିଁ । ସ୍ୱାମୀଙ୍କୁ ଏହା ଶିଖାଇବାକୁ ତାଙ୍କ ପାଖରେ ସମୟ ନାହିଁ କି ଧୈର୍ଯ୍ୟ ବି ନାହିଁ । ତେଣୁ ସେ ତାଙ୍କ ସ୍ୱାମୀଙ୍କୁ ବିକିବାକୁ ଚାହାଁନ୍ତି ବୋଲି ନିଲାମୀ ସାଇଟରେ ଉଲ୍ଲେଖ କରିଛନ୍ତି ଲିଣ୍ଡା ।

କିନ୍ତୁ ଏହି ନିଲାମୀରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଜନ୍ । କାରଣ ସ୍ତ୍ରୀ ଲିଣ୍ଡା ମ୍ୟାକ୍‌ଆଲିଷ୍ଟର ନିଲାମୀ ପାଇଁ ସମସ୍ତ ତଥ୍ୟ ପୂରଣ କରିଥିଲେ ବି କିଛି ସର୍ତ୍ତକୁ ପୂରଣ କରିପାରିନଥିଲେ । ତେଣୁ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା ।