ଆଜି ଭାରତ- ଆୟର୍ଲାଣ୍ଡ ଦ୍ୱିତୀୟ ଟି-୨୦ : ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ

ଆଜି ଭାରତ- ଆୟର୍ଲାଣ୍ଡ ଦ୍ୱିତୀୟ ଟି-୨୦ : ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ

କନକ ବ୍ୟୁରୋ : ଆଜି ଭାରତ- ଆୟର୍ଲାଣ୍ଡ ଦ୍ୱିତୀୟ ଟି-୨୦ । ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌କୁ ମାତ୍ର ୨ ରନରେ ଜିତି ଯଶପ୍ରୀତ ବୁମରାଙ୍କ ଦଳ ୧-୦ରେ ଆଗୁଆ ରହିଛି ।  ଭାରତୀୟ ବ୍ୟାଟର୍ ମାନେ କିନ୍ତୁ ରବିବାର ମ୍ୟାଚ୍‌ରେ ପାଗର ପ୍ରତିବନ୍ଧକ ନ ଆସୁ ବୋଲି ଆଶା କରିବେ। କାରଣ ଯୁବ ଖେଳାଳିମାନେ ସେମାନଙ୍କ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବାରୁ ପର୍ଯ୍ୟାପ୍ତ ସୁଯୋଗ ପାଇବା ଆଶା ରଖିଛନ୍ତି । ରବିବାର ଭାରତ କେବଳ ୬.୫ ଓଭର ବ୍ୟାଟିଂ କରିପାରିଥିଲା ।

ଭାରତ ପାଇଁ କେବଳ ବୁମ୍‌ରାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ନୁହେଁ ପ୍ରସିଦ୍ଧ କୃଷ୍ଣଙ୍କ ଲେଉଟାଣୀ ଓ ଟ୍ବେଣ୍ଟି-୨୦ ପଦାର୍ପଣ ମଧ୍ୟ ଚମତ୍କାର ରହିଛି । ଉଭୟ ଆହତ କାରଣରୁ ଜାତୀୟ ଦାୟିତ୍ବରୁ ଢେର ଦିନ ଦୂରେଇ ରହିଥିଲେ। ବୁମରାଙ୍କ ଭଳି ପ୍ରସିଦ୍ଧ ମଧ୍ୟ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ୨ ୱିକେଟ୍‌ ନେଇଛନ୍ତି । ଏହା ଭାରତ ପାଇଁ ଗୋଟିଏ ଭଲ ଖବର ଏଇଥି ପାଇଁ ଯେ ଚଳିତ ବର୍ଷର ଦିନିକିଆ ବିଶ୍ବକପ୍ ପୂର୍ବରୁ ଉଭୟଙ୍କ ଫିଟନେସ୍ ଅତ୍ୟନ୍ତ ଜରୁରୀ ରହିଛି । ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଯୁବ ଖେଳାଳିମାନେ କିଭଳି କରୁଛନ୍ତି ଏହି ଶୃଙ୍ଖଳା ମଧ୍ୟ ପ୍ରମାଣିତ କରିବ । ରବିବାର ଦ୍ବିତୀୟ ମ୍ୟାଚ୍‌ ପରେ ବୁଧବାର ତୃତୀୟ ତଥା ଶେଷ ‌ଟ୍ବେଣ୍ଟି-୨୦ ଖେଳାଯିବ ।

ଭାରତୀୟ ଦଳ : ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକ୍ବାଡ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା, ରିଙ୍କୁ ସିଂହ, ସଂଜୁ ସାମସନ୍‌ (ୱିକେଟରକ୍ଷକ), ଜ‌ିତେଶ ଶର୍ମା (ୱିକେଟରକ୍ଷକ), ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, ସାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆୱେସ ଖାନ୍‌।

ଆୟର୍ଲାଣ୍ଡ୍ ଦଳ : ଆଣ୍ଡ୍ରିଉ ବାଲବର୍ଣ୍ଣି (ଅଧିନାୟକ), ହାରି ଟେକ୍ଟର, ଲୋର୍କାନ୍ ଟକ୍କର, ରସ୍‌ ଆଡାୟର୍‌, ମାର୍କ ଆଡାୟର୍‌, କର୍ଟିସ କାମ୍ପର୍‌, ଗାରେଥ୍‌ ଡେଲାନି, ଜର୍ଜ ଡକ୍ରେଲ୍‌, ଫିଓନ୍‌ ହାଣ୍ଡ, ଜୋସ୍ ଲିଟଲ୍‌, ବ୍ୟାରି ମ୍ୟାକର୍ଥି, ବେନ୍‌ ‌ହ୍ବାଇଟ୍‌, କ୍ରେଗ୍‌ ୟଙ୍ଗ, ଥିଓ ଭାନ୍‌ ୱରକମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe