ଭାରତୀୟ ରେଳବାଇ ଯାତ୍ରୀଙ୍କ ଅସୁବିଧାକୁ ଧୀରେ ଧୀରେ କମ କରୁଛି । ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରାବେଳେ ଅନେକ ଅସୁବିଧା ହୋଇଥାଏ । ଏମଧ୍ୟରୁ ଗୋଟାଏ ହେଉଛି ମଇଳା କମ୍ବଳର ବ୍ୟବହାର । ରେଳବାଇ ସଫାସୁତୁରାକୁ ନେଇ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକର ଆଲୋଚନାର ସାମନା କରୁଛି । ଏହା ମଧ୍ୟରେ ରେଳବାଇ ନିଷ୍ପତ୍ତି ନେଇଛି କି, ଏସି କୋଚରେ ମିଳୁଥିବା କମ୍ବଳକୁ ମୁସଲିନ୍ ରାପ୍ ଅର୍ଥାତ୍ ଦୋହଡ ସହିତ ବଦଳାଇବ । ଏହାର ବିଶେଷତ୍ୱ ଏହା ଯେ, ସୀମିତ ଅନ୍ତରାଳରେ ସହଜରେ ଧୋଇ ହୋଇପାରିବ ।

Advertisment

publive-image

ରେଳବାଇ ଜାରି କରିଥିବା ସର୍କୁଲାର ଅନୁସାରେ, ସମସ୍ତ କ୍ଷେତ୍ରୀୟ ରେଳବାଇକୁ ଧୀରେ ଧୀରେ ଏସି କୋଚରେ କମ୍ବଳ ବଦଳାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । କୋଚରେ ବ୍ୟବହାର ହେଉଥିବା କମ୍ବଳର ସ୍ୱଚ୍ଛତାର ଧ୍ୟାନ ରଖିବା କଠିନ । ଏବଂ ତାକୁ ସହଜରେ ଧୁଆ ବି ଯାଇପାରିବନି । ମୁସଲିନ୍ କିମ୍ବା ଦୋହଡ ସହଜରେ ଧୁଆ ଯାଇପାରିବ ।

ସୂଚନାଯୋଗ୍ୟ, ରେଳବାଇ ସମସ୍ତ ରେଲୱେ ଜୋନରେ ନିଜ ନିଜ ଅଂଚଳର ସଂସ୍କୃତି ଓ କଳାକୁ ପ୍ରୋତ୍ସାହିତ କରିବା ପାଇଁ ନୂଆ କମ୍ବଳ ଉପରେ ପ୍ରିଣ୍ଟିଙ୍ଗ ପାଇଁ କହିଛି । ଆଶା କରାଯାଉଛି କି, ଅତିଶୀଘ୍ର ଯାତ୍ରୀଙ୍କୁ ଯାତ୍ରା ସମୟରେ ମିଳୁଥିବା କମ୍ବଳରେ ଭିନ୍ନ ଭିନ୍ନ  ପ୍ରକାରର ପ୍ରିଂଟିଙ୍ଗ ନଜର ଆସିବ ।