କନକ ବ୍ୟୁରୋ: ବାଲେଶ୍ବର ରେଳ ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ପାଇଁ କରାଯାଉଥିବା ବୀମା ଚର୍ଚ୍ଚାକୁ ଚାଲିଆସିଛି । ଆଇଆରସିଟିସି ଯାତ୍ରୀ ପିଛା ମାତ୍ର ୩୫ ପଇସା ନେଇ ଯାତ୍ରା ବୀମା ପ୍ରଦାନ କରିଥାଏ । ଆଇଆରସିଟିସି ମାଧ୍ୟମରେ ଇ-ଟିକେଟ କାଟିବାବେଳେ ଏହି ୩୫ ପଇସା ଆଦାୟ କରାଯାଏ । କିନ୍ତୁ ଏହାକୁ ନେବା ଯାତ୍ରୀଙ୍କ ଇଚ୍ଛାଧୀନ ବିଷୟ । ଅର୍ଥାତ୍ ଏହା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଥରେ ଟିକେଟ କାଟିଦେବା ପରେ ବୀମା ବିକଳ୍ପକୁ ଆଉ ଚୟନ କରିହେବନାହିଁ । ଏଣୁ ଆଇଆରସିଟିସି ଆପ କିମ୍ବାସାଇଟରେ ବୁକିଂ ଫର୍ମ ପୂରଣ ବେଳେ ହିଁ ବୀମା ବିକଳ୍ପ ବାଛିନିଅନ୍ତୁ । ଟିକେଟ୍ ବୁକିଂ ହେବା ପରେ ଯାତ୍ରୀଙ୍କ ଇ-ମେଲ କିମ୍ବା ମୋବାଇଲ ଫୋନକୁ ବୀମା କମ୍ପାନି ପକ୍ଷରୁ ସଂପର୍କିତ କନଫର୍ମେସନ ଆସିଥାଏ ।
ଆଇଆରସିଟିସି ୱେବସାଇଟ୍ ଅନୁଯାୟୀ, ୨୦୨୧ ନଭେମ୍ବର ପହିଲାରୁ ସମସ୍ତ ଟିକସକୁ ମିଶାଇ ପ୍ରିମିୟମ ଯାତ୍ରୀ ପିଛା ୩୫ ପଇସା ରହିଛି। ଅର୍ଥାତ୍ ରେଳ ଯାତ୍ରା ବୀମା ପାଇଁ ଯାତ୍ରୀଙ୍କୁ ମାତ୍ର ୩୫ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ବଦଳରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାର ସୁବିଧା ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/vande.jpg)