ଷ୍ଟେସନ କାଉଁଣ୍ଟରରେ ଆଜିିଠୁ ମିଳିବ ରିଜର୍ଭ ଟିକେଟ: ଦେଶର ବଛାବଛା ଷ୍ଟେସନରେ କାଉଂଟର ଖୋଲିବାକୁ ଅନୁମତି; ମିଳିବ କେବଳ ନନ୍ କ୍ୟାସ୍ ପିଆରଏସ ଟିକେଟ

ଖୋର୍ଦ୍ଧା ଡିଭିଜନରେ ୧୨ଟି ଷ୍ଟେସନରେ ଉପଲବ୍ଧ ହେବ ଟିକେଟ୍

620

କନକ ବ୍ୟୁରୋ: ତାଲାବନ୍ଦ ପରେ ଜୁନ ୧ରୁ ଚାଲିବାକୁ ଥିବା ଟ୍ରେନ ଯାତ୍ରା ପାଇଁ ଆରମ୍ଭ ହୋଇଛି ଅନଲାଇନ ଟିକେଟ ବୁକିଂ । ଆଜିିଠାରୁ ଷ୍ଟେସନର କାଉଁଟରରେ ରିଜର୍ଭ ଟିକେଟ ବିକ୍ରି ହେବ । ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଦେଶର ବଛାବଛା ଷ୍ଟେସନରେ ଆରମ୍ଭ ହେବାକୁ କାଉଁଟରରେ ଟିକେଟ ବିକ୍ରି । ତେବେ କେଉଁ ଷ୍ଟେସନ କାଉଁଟରରେ ଟିକେଟ ବିକ୍ରି ହେବ ସେନେଇ ଜୋନ ନିଷ୍ପତି ନେବ । ପୂର୍ବତଟ ରେଳବାଇ ଜୋନ ଅଧିନରେ ଥିବା ଖୋର୍ଦ୍ଧା ରୋଡ୍ ଡିଭିଜନର ୧୨ଟି ଷ୍ଟେସନର କାଉଁଟରରେ ଟିକେଟ ମିଳିବ । କଟକ, ଭୁବନେଶ୍ୱର, ପୁରୀ, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ପଲାସା, ସୋମପେଟା, ଇଛାପୁରମ, ଭଦ୍ରକ, ଯାଜପୁର, କେନ୍ଦୁଝର ଷ୍ଟେସନରେ ରିଜର୍ଭ ଟିକେଟ ମିଳିବ ।

ତେବେ କାଉଁଟରରେ କେବଳ ନନ୍ କ୍ୟାସ୍ ପିଆରଏସ ଟିକେଟ ମିଳିବ । ସେହିପରି କମନ ସର୍ଭିସ ସେଂଟରରେ ମଧ୍ୟ ଆଜିିଠାରୁ ଟିକେଟ ଉପଲବ୍ଧ ହେବ । ତେବେ କାଉଁଟରରେ ସାମାଜିକ ଦୂରତା ଓ ମାସ୍କ, ସାନିଟାଇଜର ବ୍ୟବହାର ଭଳି ସ୍ୱଛତା ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୨୫ ତାରିଖରେ ଦେଶରେ ରେଳ ସେବା ବନ୍ଦ ରହିଛି । ମେ ୧ ତାରିଖରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆରମ୍ଭ ହୋଇଥିବା ଶ୍ରମିକ ରେଳ ଚଳାଚଳ ଜାରି ରହିଛି । ଏହାପରେ ସ୍ପେଶାଲ ଟ୍ରେନ ଚଲାଇଥିଲା ରେଳବାଇ ।

ପ୍ରଥମେ ରେଳ ବିଭାଗ କହିଥିଲା ଜୁନ ୩୦ ଯାଏଁ ଟ୍ରେନ ଚାଲିବ ନାହିଁ, ପରେ ଜୁନ ୧ ତାରିଖରୁ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଅଚାନକ ନିଷ୍ପତି ନିଆଯାଇଛି । ରେଲବାଇ ପକ୍ଷରୁ ଜାରି ପ୍ରେସନୋଟ ଅନୁସାରେ ରିଜର୍ଭ ଟିକେଟର ବୁକିଂ, କ୍ୟାନସଲେସନ ସୁବିଧା ପୋଷ୍ଟ ଅଫିସ ଓ ଯାତ୍ରୀ ଟିକେଟ ସୁବିଧା କେନ୍ଦ୍ର ଲାଇସେନ୍ସ ରଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ଦିଆଯାଇଛି । ଶ୍ରମିକ ସ୍ପେଶାଲ ଟ୍ରେନକୁ ନେଇ ରେଳ ବିଭାଗ କହିଛି, ଏଥିରେ ଏବେ କୌଣସି ପରିବର୍ତନ ହେବ ନାହିଁ । ସାଧାରଣ ରେଳ ଚଳାଚଳ ନିଷ୍ପତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।