ଭାରତୀୟ ରେଳବାଇର ବଦଳିଯିବ ଚେହେରା : ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପସନ୍ଦ ଆସୁନି ଆଇଆରସିଟିସିର ନାଁ । ନୂଆ ନାଁ ପାଇଁ ଲୋକଙ୍କ ଠାରୁ ମାଗିଲେ ପରାମର୍ଶ

ଭାରତୀୟ ରେଳବାଇର ବଦଳିଯିବ ଚେହେରା : ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପସନ୍ଦ ଆସୁନି ଆଇଆରସିଟିସିର ନାଁ । ନୂଆ ନାଁ ପାଇଁ ଲୋକଙ୍କ ଠାରୁ ମାଗିଲେ ପରାମର୍ଶ

source : Dainik Bhaskar

ରେଳମନ୍ତ୍ରୀ ପିୟୁଷ ଗୋଏଲ ଆଇଆରସିଟିସିର ନାମକୁ ପରିବର୍ତ୍ତନ କରି ଏକ ଆକର୍ଷକ ନାମ ରଖିବା ପାଇଁ ଚିନ୍ତା କରୁଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, କେବେ କେବେ ଏହାକୁ ମନେ ରଖିବା କଷ୍ଟକର ହୋଇଥାଏ। ଏହା ସ୍ଥାନରେ ଏମିତି କିଛି ନାମ ରହିବା ଉଚିତ ଯାହାକୁ ମନେ ରଖିବା ସହଜ ହେବ ଓ ଇଣ୍ଟରନେଟ ବ୍ରାଉଜିଂ କରିବା ସମୟରେ ଭୁଲିବେ ନାହିଁ। ରେଳ ବିଭାଗ ଏଥିପାଇଁ କିଛି ପ୍ରସ୍ତାବ ମଧ୍ୟ ଦେଇଛି। ଅଧିକାରୀମାନଙ୍କ ମଧ୍ୟରୁ ଜଣେ ସମ୍ଭାବିତ ନାମ ଭାବେ ରେଲ ଟ୍ରାଭେଲ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ କହିବାକୁ ଗଲେ ଆଇଆରସିଟିସିର ଏକ ବଡ଼ ଇ-କମର୍ସ ପ୍ଲେୟର ରହିଛି। ଆଇଆରସିଟିସ ୱେବସାଇଟରୁ ପ୍ରତିଦିନ ପାଖାପାଖି ୫,୭୩, ୦୦୦ଟିକେଟ ବୁକ୍ କରାଯାଇଥାଏ। ଏହା ଭାରତୀୟ ହେଉଛି ଭାରତୀୟ ରେଳବାଇର ଚେହେରା । ଟିକେଟ ବ୍ୟତୀତ ଏଥିରେ ଅନ୍-ୱାର୍ଡ ଖାଦ୍ୟପାନୀୟ ଓ ଡ୍ରିଙ୍କିଙ୍ଗ୍ ୱାଟର ବୋତଲର ବ୍ୟବସାୟ ରହିଛି। ଏହାର ୩କୋଟିରୁ ଅଧିକ ରୋଜିଷ୍ଟର୍ଡ ବ୍ୟବହାରକାରୀ ଅଛନ୍ତି।

publive-image

ଏଠାରେ ଏଣିକି ଆପଣଙ୍କୁ କହି ରଖୁଛି କି, ଭାରତୀୟ ରେଳବାଇ କେଟରିଙ୍ଗ ଆଣ୍ଡ ଟୁଇରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଏକ ଅଫର ନେଇ ଆସିଛି ଯାହାକି ଟିକେଟ ଉପରେ ରିହାତ ପ୍ରଦାନ କରୁଛି। ଏହି ଅଫର ଜରିଆରେ ଆଇଆରସିଟିସି ଆପରେ ଟିକେଟ କାଟିଲେ ଆପଣଙ୍କୁ ୧୦ ପ୍ରତିଶତ ରିହାତି ସହିତ ୧୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ। ଏହି ଟିକେଟ କେବଳ ଦୁଇଟି ପେମେଣ୍ଟ ଅପସନରେ ମିଳିବ।

ଆଇଆରସିଟିସି ୱେବସାଇଟ ଓଜଉଞଉ କିମ୍ବା ତାହାର ଆପରେ ଟିକେଟ ବୁକ୍ କରିବା ପରେ ପେଟିଏମ୍ ଓ ମୋବିଉଇକରୁ ପେମେଣ୍ଟ କରିବା ଦ୍ୱାରା ଯାତ୍ରୀଙ୍କୁ ଏହି ରିହାତି ମିଳିବ। ଆଇଆରସିଟିସିରେ ମୋବିଉଇକର ଆପରେ ଟଙ୍କା ପୈଠ କରିବା ଦ୍ୱାରା ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥାଏ। ସେହିପରି ପେଟିଏମ୍, ଫ୍ଲିପ୍କାର୍ଟ ଫୋନପେ ଜରିଆରେ ପୈଠ କଲେ ୧୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe