ଫେଷ୍ଟିଭ୍ ସିଜନରେ ସବୁଠାରୁ ବଡ ସଙ୍କଟ ହେଉଛି ଟ୍ରେନ୍ ଟିକେଟ୍ ବୁକ୍ କରିବା । ଏହି ସମୟରେ କନଫର୍ମ ଟିକେଟ୍ ମିଳିବ କି ନାହିଁ ତାହା ଚିନ୍ତାର କାରଣ ପାଲଟିଥାଏ । ଏଥିରେ ଅଧିକାଂଶ ଲୋକ ୱେଟିଙ୍ଗ୍ ରେ ମଧ୍ୟ ଯାତ୍ରା କରିଥାନ୍ତି । ଆଜି ଆମେ ଆପଣଙ୍କୁ ରେଲୱେ ଏବଂ ଆଇଆରସିଟସି ରିଜର୍ଭେସନ୍ ଏବଂ ରଦ୍ଦୀକରଣକୁ ନେଇ କିଛି ସୁଚନା ଦେବାକୁ ଯାଉଛୁ । ଯାହାଦ୍ୱାରା ପାର୍ବଣ ଋତୁରେ ଯାତ୍ରା ସମୟରେ ଆପଣ ଏହାର ଲାଭ ଉଠାଇପାରିବେ । ଏହା ଖୁବ୍ ପୁରୁଣା କଥା ହୋଇଥିଲେ ହେଁ ଏହାକୁ ଖୁବ୍ କମ୍ ଲୋକ ହିଁ ଜାଣିଛନ୍ତି ।
ୱେଟିଙ୍ଗ୍ ଟିକେଟରେ ଥିବା ଯାତ୍ରୀ ବି କରିପାରିବେ ଯାତ୍ରା :
ରେଲୱେର ଏକ ନିୟମ ଅଛି ଯେ ଅନଲାଇନ୍ ଟିକେଟ୍ ବୁକ୍ କରୁଥିବା ଯାତ୍ରୀ ଯାହାଙ୍କ ଟିକେଟ୍ ଚାର୍ଟ ହେବା ପରେ କନଫର୍ମ କିମ୍ବା ଆରଏସି ହୋଇନଥିବ ସେମାନଙ୍କୁ ଯାତ୍ରା କରିବାର ସୁଯୋଗ ମିଳିବନାହିଁ । କିନ୍ତୁ ଆଉ ଏକ ନିୟମ ଅନୁସାରେ ଅନଲାଇନ୍ ଟିକେଟ୍ ବୁକ୍ କରିଥିବା ଯାତ୍ରୀ ୱେଟିଙ୍ଗ୍ ଟିକେଟରେ ଯାତ୍ରା କରିପାରିବେ ।
ଉଦାହରଣ ସ୍ୱରୁପ ଯଦି ଆପଣ ୬ ଜଣ ଲୋକଙ୍କ ୱେଟିଙ୍ଗରେ ଗୋଟିଏ ହିଁ ପିଏନଆରରେ ବୁକିଂ ହୋଇଛି ତେବେ ଏଥିରୁ ୨ ଜଣଙ୍କ ହିଁ ଟିକେଟ୍ କନଫର୍ମ ହୋଇପାରିବ ଏବଂ ବାକି ୪ ଜଣଙ୍କ ୱେଟିଙ୍ଗ୍ ଲିଷ୍ଟରେ ନାଁ ରହିବ ।
ତେବେ ପ୍ରଶ୍ନ ଉଠୁଛି ଏହି ୪ ଜଣ ଲୋକ କରିବେ କ’ଣ ?
ଏହି ୪ ଜଣ ଲୋକ ମଧ୍ୟ ଟ୍ରେନରେ ଯାତ୍ରା କରିବେ ଏବଂ ଏଥିପାଇଁ ଆପଣଙ୍କ ଠାରୁ ରେଲୱେ ଅତିରିକ୍ତ ଟଙ୍କା ମଧ୍ୟ ଚାର୍ଜ କରିପାରିବ ନାହିଁ । ସିଟର ଉପଲବ୍ଧତାକୁ ନଜରରେ ରଖି ଟିଟିଇ ଆପଣଙ୍କୁ ଆରଏସିରେ ସିଟ୍ ଉପଲବ୍ଧ କରାଇଦେବ ।
ନିଜ ଟିକେଟରେ ଅନ୍ୟ କାହାକୁ ପଠାଇବା :
ରେଲୱେର କାଉଣ୍ଟରରେ କିମ୍ବା ଆଇଆରସିଟିସିର ୱେବସାଇଟରେ ବୁକ୍ କରିଥିବା ଟିକେଟରେ ଆପଣ ଅନ୍ୟ କାହାକୁ ପଠାଇ ପାରିବେ ନାହିଁ । ଏଭଳି ଧାରଣା ସାଧାରଣ ଲୋକଙ୍କ ମଧ୍ୟରେ ରହିଛି । ଯାହା ଭ୍ରାନ୍ତ ଛଡା ଆଉ କିଛି ନୁହଁ । ରେଲୱେ ନିୟମ ରହିଛି ଯେ ରକ୍ତସଂପର୍କୀୟ ଲୋକ ହିଁ ଟିକେଟରେ ଯାତ୍ରା କରିପାରିବେ । ଯେଉଁଥିରେ ପିତା,ପତ୍ନୀ ଏବଂ ସନ୍ତାନମାନଙ୍କ ନାଁ ମଧ୍ୟ ରହିଛି । ଏଭଳି ସ୍ଥଳେ ଷ୍ଟେସନ ମାଷ୍ଟରଙ୍କୁ ଏନେଇ ୨୪ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡିଥାଏ ।
ପକେଟରେ ଟଙ୍କା ନଥିଲେ ମଧ୍ୟ କରନ୍ତୁ ବୁକିଙ୍ଗ୍ :
ଆଇଆରସିଟିସି ବି ଏବେ କ୍ରେଡିଟ୍ କାର୍ଡର ସୁବିଧା ଦେଉଛନ୍ତି । ଏହି ସୁବିଧା ଅନୁସାରେ ଆପଣ ଯଦି ତତ୍କାଳ ଟିକେଟ ବୁକିଂ କରୁଛନ୍ତି ତେବେ ପରେ ଆପଣ ଏହି ଟଙ୍କାକୁ ପଇଠଟ କରିପାରିବେ । ଯେଉଁଥିପାଇଁ ଆପଣଙ୍କୁ ୧୪ ଦିନର ସମୟ ମଧ୍ୟ ମିଳିବ । ଏଥିପାଇଁଁ ଆପଣଙ୍କୁ ୩.୫୦ ପ୍ରତିଶତ ସୁଧ ଏବଂ ଜିଏସଟି ଦେବାକୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/railway-2.jpg)
/kanak/media/post_attachments/wp-content/uploads/2018/10/irctc-revamped-website-300x170.jpg)