କନକ ବ୍ୟୁରୋ: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଆଇଆରସିଟିସି ଦୁର୍ନୀତିରେ ବଡ ଆଶ୍ୱସ୍ତି ମିଳିଛି । ଏହି ମାମଲାରେ ଜାମିନରେ ଅଛନ୍ତି ତେଜସ୍ୱୀ । ତାଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଅପିଲ କରିଥିଲା । ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଅଭିଯୁକ୍ତ ତଥ୍ୟ ଓ ପ୍ରମାଣକୁ ପ୍ରବାଭିତ କରିବା ସହ ଧମକ ଦେଉଛନ୍ତି । ଏହି ଆଧାରରେ ତାଙ୍କର ଜାମିନ ଖାରଜ କରିବା ନେଇ ଆବେଦନ ହୋଇଥିଲା । ତେବେ ପୂର୍ବରୁ କୋର୍ଟ ଏହାକୁ ଗ୍ରହଣ କରି ତେଜସ୍ୱୀଙ୍କୁ ତଲବ କରିଥିଲେ । ମଙ୍ଗଳବାର ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଶୁଣାଣି ବେଳେ କହିଥିଲେ ଜାମିନ ରଦ୍ଦ କରାଯାଇପାରିବ ନାହିଁ । ଏଥିପାଇଁ କୌଣସି ବିଶେଷ ଆଧାର ନାହିଁ ।

Advertisment

ସେପଟେ କୋର୍ଟ ତେଜସ୍ୱୀଙ୍କୁ ମଧ୍ୟ କଡା ଚେତାବନୀ ଦେଇଛନ୍ତି । କୋର୍ଟ କହିଛନ୍ତି ଏଭଳି ଉତ୍ତେଜନାମୂଳକ ବୟାନ ନ ଦିଅନ୍ତୁ ତେଜସ୍ୱୀ । ଶୁଣାଣି ପାଇଁ ଦିଲ୍ଲୀରେ ପହଞ୍ଚି କୋର୍ଟ ଆଗରେ ନିଜର ପକ୍ଷ ରଖିଥିଲେ । ସିବିଆଇ ପକ୍ଷରୁ ତେଜସ୍ୱୀଙ୍କ ଜବାବର ବିରୋଧ କରାଯାଇଥିଲା । କୋର୍ଟରେ ତେଜସ୍ୱୀଙ୍କ ପ୍ରେସମିଟରେ ଦିଆଯାଇଥିବା ବୟାନକୁ ପଢି ଶୁଣାଯାଇଥିଲା ଏହାକୁ ନେଇ ତେଜସ୍ୱୀଙ୍କ ଓକିଲ ମଧ୍ୟ କୋର୍ଟରେ ପ୍ରତିପକ୍ଷକୁ ବିରୋଧ କରିଥିଲେ ।