କିଛିଦିନ ତଳେ ମୁମ୍ବାଇ କୁର୍ଲା ରେଳ ଷ୍ଟେସନର ଜଣେ କର୍ମଚାରୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଲେମ୍ବୁପାଣିର ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ରୀୟ ରେଳବାଇ ଶକ୍ତ ପଦକ୍ଷେପ ନେଇଛନ୍ତି। ଏହି ପୂରା ମାମଲାକୁ ନେଇ କେନ୍ଦ୍ରୀୟ ରେଳବାଇ ଅବହେଳାର ଦୃଶ୍ୟ ସାମ୍ନାକୁ ଆସିଛି। କେନ୍ଦ୍ରୀୟ ରେଳବାଇ (ମୁମ୍ବାଇ ଡିଭିଜନ୍) ସମସ୍ତ କ୍ୟାଟରିଙ୍ଗ ୟୁନିଟକୁ ଷ୍ଟେସନ ପରିସରରେ ଲେମ୍ବୁପାଣି, ଅରେଞ୍ଜ ଜୁସ୍ ଓ କୋଲା ଆଦି ବିକ୍ରି ଉପରେ ତତ୍କାଳ ଅଙ୍କୁଶ ଲଗାଇବା ପାଇଁ ଆଦେଶ ଦେଇଛନ୍ତି। ସେଣ୍ଟାଲ ରେଲେଓ୍ଵ ପକ୍ଷରୁ ଏହି କର୍ୟ୍ୟାନୁଷ୍ଠାନ କୁର୍ଲା ରେଲେଓ୍ଵ ଷ୍ଟେସନର ଏହି ଭିଡିଓ ଭାଇରାଲ ହେବାପରେ ନିଆଯାଇଛି।
ପାଖାପାଖି ଏକ ସପ୍ତାହ ହେବ ମୁମ୍ବାଇର କୁର୍ଲା ଷ୍ଟେସନରେ ଜଣେ ଯାତ୍ରୀ ଦ୍ୱାରା ପ୍ରସ୍ତୁତ ଏହି ଭିଡିଓ ଦେଖିବାକୁ ମିଳୁଛି କି, ଏକ ଷ୍ଟଲର କର୍ମଚାରୀ ବାଲଟିରେ ଅପରିଷ୍କାର ହାତରେ ଲେମ୍ବୁ ଚିପୁଡୁଛନ୍ତି। । କେବଳ ଏତିକି ନୁହେଁ ପାଣି ପ୍ରସ୍ତୁତ ପାଇଁ ଓଭର ହେଣ୍ଡ ଟ୍ୟାଙ୍କର ପାଣି ବ୍ୟବହାର କରୁଥିବା ବି ଦେଖିବାକୁ ମିଳୁଛି। ମଝି-ମଝିରେ ଟାଙ୍କିରେ ଭର୍ତ୍ତି ଥିବା ପାଣିକୁ ବାଲଟିରେ ନେଇ ଲେମ୍ବୁ ପାଣି ପ୍ରସ୍ତୁତ କରୁଛନ୍ତି। ଲେମ୍ବୁ ପାଣିରେ ଭର୍ତ୍ତି ହୋଇଥିବା ଡ୍ରମକୁ ସେହି କର୍ମଚାରୀ ପରେ ଷ୍ଟଲରେ ରଖି ବିକ୍ରି କରୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/nimbu-pani-1.png)
/kanak/media/post_attachments/wp-content/uploads/2019/03/362685-nimbu-pani-300x169.jpg)