ସ୍ୱଳ୍ପ ମୂଲ୍ୟରେ ଆଇଆରସିଟିସି ଦେଉଛି କେରଳ ବୁଲିବାର ସୁବର୍ଣ୍ଣ ସୁଯୋଗ ! ସେପ୍ଟେମ୍ବର ୨୦ ତାରିଖରୁ ଭୁବନେଶ୍ୱରରୁ ଆରମ୍ଭ ହେବ ଯାତ୍ରା,ଜାଣନ୍ତୁ କେତେ ରହିଛି ଟିକଟ ମୂଲ୍ୟ

771

କେରଳର ସୌନ୍ଦର୍ଯ୍ୟତା ଦେଖିବାକୁ ସମସ୍ତେ ଇଚ୍ଛା କରନ୍ତି । କିନ୍ତୁ କେବେ ସମୟ ତ ଆଉ କେବେ ବଜେଟ୍ କାରଣକୁ ନେଇ ଏହି ବୁଲିବା ଇଚ୍ଛାକୁ ଆମେ ଇଚ୍ଛାରେ ହିଁ ରଖିଦେଉ । କିନ୍ତୁ ଯଦି ଆପଣ ବଜେଟ୍ କୁ ନେଇ ବାହାରକୁ ଯାଇପାରୁନାହାନ୍ତି ତେବେ ଏବେ ହିଁ ବ୍ୟାଗ୍ ପାକ୍ କରନ୍ତୁ । କାରଣ ଭାରତୀୟ ରେଳବାଇର କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜମ୍ (ଆଇଆରସିଟିସି) ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ଯେଉଁଠାରେ ଆପଣ ବହୁତ କମ୍ ଟଙ୍କାରେ କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ।

 

କେରଳ ୱିଥ୍ ହାଉସ୍ ବୋଟ୍ ଷ୍ଟେ ଏକ୍ସ – ଭୁବନେଶ୍ୱର କେରଳର ଏହି ଟୁର ୫ ରାତି ଏବଂ ୬ ଦିନ ପାଇଁ କରାଯାଇଛି । ଏହି ଯାତ୍ରା ଇଣ୍ଡିଗୋ ଫ୍ଲାଇଟ୍ ଜରିଆରେ କରାଯିବ । ଟୁରର ଆରମ୍ଭ ଭୁବନେଶ୍ୱରରୁ ହେବ । ଆଇଆରସିଟିସି ଏହି ଟୁର୍ ପ୍ୟାକେଟ୍ ସହ ଜଡିତ ଥିବା ବିବରଣୀ ନିଜ ଅଫିସିଆଲ୍ ୱେବସାଇଟ୍ ରେ ଦେଇଛନ୍ତି । ସମ୍ପୁର୍ଣ୍ଣ ଟୁରର ଦାମ୍ ପ୍ରତି ବ୍ୟକ୍ତି ପିଛା ୨୫ ହଜାର ୬୧୫ ଟଙ୍କା ରହିଛି । ଟୁର୍ ସମୟରେ ଯାତ୍ରୀ କୋଚ୍ଚି,ମୁନ୍ନାର,କୁମାରାକୋମ୍ , ତ୍ରିବେନ୍ଦ୍ରମ୍ ଏବଂ କୋବାଲମ୍ ଭଳି ସ୍ଥାନର ଯାତ୍ରା କରିପାରିବେ । ୨୦ ସେପ୍ଟେମ୍ବର ୨୦୧୯ ରୁ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଯାତ୍ରା ସମୟରେ ଆପଣ ଅନେକ ପ୍ରାକୃତିକ ଦୃଶ୍ୟର ମଜା ଉଠାଇପାରିବେ । ଯଦି ତିନୋଟି ଗ୍ରୁପ୍ ରେ ରହି ଆପଣ ଟୁରର ମଜା ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତିବ୍ୟକ୍ତି ପିଛା ୨୫ ହଜାର ୬୧୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଦୁଇ ଜଣିଆ ଗ୍ରୁପରେ ୨୭ ହଜାର ୨୮୫ ଟଙ୍କା ଏବଂ ଏକାକୀ ପାଇଁ ୩୬ ହଜାର ୮୬୦ ଟଙ୍କା ଦେବାକୁ ପଡିବ ।