The Financial Express
କୁମ୍ଭମେଳାର ଆରମ୍ଭ ଜାନୁଆରୀ ୧୫ ରୁ ଆରମ୍ଭ ହୋଇଥିବା ବେଳେ ଏହି ମେଳା ଶେଷ ହେବା ପାଇଁ ଏକ ମାସ ସମୟ ରହିଛି । ଏହି ମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଆପଣ ବି ଯଦି ଏଠାକୁ ଯିବାକୁ ଚାହୁଁଛନ୍ତି ଏବଂ ଅଧିକ ଟଙ୍କା ଖର୍ଚ୍ଚ ହେବାକଥା ଚିନ୍ତା କରି ଇଚ୍ଛାକୁ ଇଚ୍ଛାରେ ହିଁ ରଖି ଦେଉଛନ୍ତି ତେବେ ଆଇଆରସିଟିସି ଆପଣଙ୍କ ପାଇଁ ‘କୁମ୍ଭ ସ୍ପେଶାଲ୍ ୱିଥ୍ ପୁରୀ – ଗଙ୍ଗାସାଗର ଦର୍ଶନ’ ର ଧମାକେଦାର୍ ଅଫର ନେଇ ଆସିଛି । ଖୁବ୍ ଶସ୍ତା ପ୍ୟାକେଜରେ ଆପଣ ପୁରୀ – ଗଙ୍ଗାସାଗର-ବାରାଣାସୀ ଏବଂ ପ୍ରୟାଗରାଜ ଦର୍ଶନୀୟ ସ୍ଥାନ ବୁଲିବାର ମଉକା ଉଠାଇପାରିବେ । ଏହି ପ୍ୟାକେଜରେ ଟୁର ବୁଲିବାର ମଉକା ମଧ୍ୟ ଆପଣଙ୍କୁ ମିଳିବ । ଆଇଆରସିଟିସିର ଏହି ଅଫରରେ ୯୪୫ ଟଙ୍କା ପ୍ରତିଦିନ ଖର୍ଚ୍ଚ କରିବାକୁ ପଡିବ ଏବଂ ଏହା ପରେ ରହିବା,ଖାଇବା ଏବଂ ବୁଲିବାର ପୁରା ଖର୍ଚ୍ଚ ଆଇଆରସିଟିସି ଉଠାଇବ ।
କେଉଁଠାରୁ କରିବେ ବୋର୍ଡିଙ୍ଗ୍ :
ଇନ୍ଦୋର, ଦେବାସ୍, ଉଜ୍ଜେନ, ବେରାଗଢ, ସାଗର, ଦମୋହ ଏବଂ ଇଟନୀରୁ ଆପଣ ବୋର୍ଡିଙ୍ଗ୍ କରିପାରିବେ ।
କେଉଁଠାରୁ କରିବେ ଡି - ବୋର୍ଡିଙ୍ଗ୍ :
ସତନା, ଦମୋହ , ଇଟନୀ , ବେରାଗଢ, ସାଗର , ଦେବାସ୍ , ଉଜ୍ଜେନ ଏବଂ ଇନ୍ଦୋରରୁ ଆପଣ ଡି - ବୋର୍ଡିଙ୍ଗ୍ କରିପାରିବେ ।
ଏଥିପାଇଁ ୯ ରାତି ଏବଂ ୧୦ ଦିନର ଅବଧି ରହିଛି ।
ଏହି ଯାତ୍ରାକୁ ଆଇଆରସିଟିସି ୧୪ ଫେବୃଆରୀ ଦିନ ବାହାର କରିବାକୁ ଯାଉଛି । ଏହି ପ୍ୟାକେଜରେ ଜଳଖିଆ. ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନର ମଧ୍ୟ ଆୟୋଜନ କରାଯାଇଛି । ଷ୍ଟାଣ୍ଡାର୍ଡ କାଟେଗୋରୀରେ ପ୍ରତି ବ୍ୟକ୍ତି ପିଛା ୯୪୫୦ ଟଙ୍କା ଏବଂ କମ୍ଫର୍ଟ କାଟେଗୋରୀରେ ୧୧୫୫୦ ଟଙ୍କା ଖର୍ଚ୍ଚ ହେବ । ରହିବା ପାଇଁ ଲଜ୍ ଏବଂ ଧର୍ମଶାଳାର ବ୍ୟବସ୍ଥା ମଧ୍ୟ ରେଳବାଇ ତରଫରୁ କରାଯିବ । ଏହି ପ୍ୟାକେଜର ବୁକିଙ୍ଗ୍ କରିବା ପାଇଁ ଏବଂ ସମ୍ପୁର୍ଣ୍ଣ ବିବରଣୀ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ www.irctctourism.com ସାଇଟରେ ଯିବାକୁ ପଡିବ ।
Follow Us
/kanak/media/post_attachments/wp-content/uploads/2019/01/index-15-300x225.jpg)
/kanak/media/post_attachments/wp-content/uploads/2019/01/irctc_750_090718013931-300x222.jpg)