ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଧ୍ୟାନରେ ରଖି ଟିକେଟ ବୁକିଂ ନିୟମରେ ଆଇଆରସିଟିସି ଆଣିଛି ପରିବର୍ତ୍ତନ : ଜାଣନ୍ତୁ ସବୁ ନିୟମ

42

ଆଇଆରସିଟିସିର ଅନଲାଇନ ଏବଂ ତତ୍କାଳ ଟିକେଟ ବୁକିଂର ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ରେଳବାଇ ଏହି ପରିବର୍ତ୍ତନ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ନଜରରେ ରଖି କରିଛି । ନୂଆ ନିୟମ ମୁତାବକ, ଏବେ ଯାତ୍ରୀ ୧୨୦ ଦିନ ପୂର୍ବରୁ ନିଜ ଯାତ୍ରାର ଟିକେଟ ବୁକ କରିପାରିବେ ।

ଗୋଟିଏ ଆଇଡିରୁ ୬ଟି ଟିକେଟ : ପରିବର୍ତ୍ତିତ ନିୟମ ମୂତାବକ ଗୋଟିଏ ୟୁଜର ଆଇଡିରୁ ଗୋଟିଏ ମାସରେ କେବଳ ୬ଟି ଟିକେଟ ହିଁ ବୁକିଂ ହୋଇପାରିବ । ଏହି ୟୁଜର ଆଇଡିରେ କେବଳ ଗୋଟିଏ ଥରରେ ଗୋଟିଏ ଜାଗାରୁ ହିଁ ବ୍ୟବହାର କରାଯାଇପାରିବ । ବୁକିଂ ଏଜେଣ୍ଟଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ଯେ ଏବେ ସକାଳ ୮ଟାରୁ ୮.୩୦, ସକାଳ ୧୦ଟାରୁ ୧୦.୩୦ ଏବଂ ୧୧ଟାରୁ ୧୧.୩୦ ମଝିରେ ଟିକେଟ ବୁକ୍ କରିପାରିବେ ।

ତତ୍କାଳରେ ଏଜେଣ୍ଟଙ୍କ ଉପରେ ଲଗାମ : ଆଇଆରସିଟିସି ତତ୍କାଳ ଟିକେଟ ବୁକିଂର ନିୟମରେ ବି କିଛି ପରିବର୍ତ୍ତନ କରିଛନ୍ତି । ଯେବେ ତତ୍କାଳ ବୁକିଂ ଆରମ୍ଭ ହେବ, ଏହାର ଅଧ ଘଣ୍ଟା ପୂର୍ବରୁ ଏଜେଣ୍ଟ ବୁକିଂ କରିପାରିବେ ନାହିଁ । ତତ୍କାଳ ବୁକିଂ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ହିଁ ହେବ ଏବଂ ବୁକିଂ ୧୦ଟାରୁ ହିଁ ଆରମ୍ଭ ହେବ ।

ମିଳିବ ନିଶ୍ଚିତ ସମୟ : ଅନଲାଇନ ଟିକେଟ ବୁକିଂ କରିବା ପାଇଁ ୟୁଜରଙ୍କୁ ଏକ ନିଶ୍ଚିତ ସମୟ ମିଳିବ । ଯାତ୍ରା ଓ ଯାତ୍ରୀଙ୍କ ଡିଟେଲ୍ସ ଭରିବା ପାଇଁ ୨୫ ସେକେଣ୍ଡର ସମୟ ମିଳିବ । ୧୦ ସେକେଣ୍ଡରେ ପେମେଣ୍ଟ କରିବାକୁ ପଡିବ ଏବଂ ନେଟ ବ୍ୟାଙ୍କିଙ୍ଗ ସମୟରେ ଟିକେଟର ପେମେଣ୍ଟ କରିବା ପରେ ଓଟିପି ବି ଭରିବାକୁ ପଡିବ ।