ଇରାକର ବାଗଦାଦ ଉପରେ ଆମେରିକାର ଆକ୍ରମଣ । ବିମାନବନ୍ଦର ଉପରେ ଏୟାରଷ୍ଟ୍ରାଇକ୍, ୮ମୃତ

ମୃତକଙ୍କ ଭିତରେ କୁର୍ଦୁଶ ଫୋର୍ସର ମୁଖ୍ୟ ଜେନେରାଲ ସୁଲେମାନ

726

କନକ ବ୍ୟୁରୋ: ଇରାକର ବାଗଦାଦ ଉପରେ ଆମେରିକାର ଆକ୍ରମଣ । ବିମାନବନ୍ଦର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକୀୟ ସେନା । ଏହି ଆକ୍ରମଣରେ ୮ ଜଣଙ୍କର ମୃତ ହୋଇଥିବା ଜଣାପଡିଛି । ମୃତକଙ୍କ ଭିତରେ ଇରାନ କୁର୍ଦୁଶ ଫୋର୍ସର ମୁଖ୍ୟ ଜେନେରାଲ କାସିମ ସୁଲେମାନ ଓ ଇରାକୀ ମିଲିସିଆ କମାଣ୍ଡର ଅବୁ ମହଦୀ ଅଲ୍-ମୁହାଣ୍ଡିସ୍ ଥିବା ସୂଚନା ମିଳିଛି । ଇରାକ ମିଲିସିଆ ପକ୍ଷରୁ ଏହି ଦାବି କରାଯାଇଛି ।

ଇରାକୀ ମିଲିସିଆ ପକ୍ଷରୁ କୁହାଯାଇଛି ଏହି ଏୟାର ଷ୍ଟ୍ରାଇକ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ କରାଯାଇଛି । ଏହା ପଛରେ ଆମେରିକା ଓ ଇସ୍ରାଏଲର ହାତ ରହିଛି । ଏହି ଆକ୍ରମଣ ପରେ ମଧ୍ୟ ପ୍ରାଚ୍ୟରେ ଇରାନ ଏକ ବଡ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଏହି ଆକ୍ରମଣର ପ୍ରଭାବ ବିଶ୍ୱ ବଜାର ଉପରେ ପଡିଛି । ଅଶୋଧିତ ତୈଳ ଦର ୪ ପ୍ରତିଶତ ବୃଦ୍ଧି ପାଇଛି ।