କନକ ବ୍ୟୁରୋ: ଇରାନ୍ ରାଷ୍ଟ୍ରପତିଙ୍କ ମିଳୁନି ପତ୍ତା । ୧୭ ଘଣ୍ଟା ପରେ ବି ରାଷ୍ଟ୍ରପତିଙ୍କ କୌଣସି ସନ୍ଧାନ ପାଇପାରିନି ଉଦ୍ଧାରକାରୀ ଟିମ୍ । ସୂଚନା ମୁତାବକ, ରବିବାର ଭାରତୀୟ ସମୟ ଅନୁସାରେ ଦିନ ୩ଟା ସମୟ ପାଖାପାଖି ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସି ଆଜରାବୈଜାନରୁ ଫେରୁଥିବାବେଳେ ତାଙ୍କ ହେଲିକାପ୍ଟର ପୂର୍ବ ଆଜରାବୈଜାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କ ସହ ଆଉ ୨ଟି ହେଲିକପ୍ଟର ଥିବାବେଳେ ସେଗୁଡିକ ଫେରିଆସିଥିଲା । କିନ୍ତୁ ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ନିଖୋଜ ହୋଇଯାଇଥିଲା ।
ଇବ୍ରାହିମଙ୍କ ସହ ହେଲିକପ୍ଟରରେ ଇରାନ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହିୟନ୍ , ପର୍ବ ଅଜରାବୈଜାନର ଗଭର୍ଣ୍ଣର ମାଲେକ ରହମତି, ଓ ଧାର୍ମିକ ନେତା ମୋହମ୍ମଦ ଅଲି ଆଲେ ହାସେମ୍ ଆଦି ଥିଲେ । ଦୁର୍ଘଟଣାପରେ ସେମାନଙ୍କର ମଧ୍ୟ ପତ୍ତା ମିଳୁନି । ଉଦ୍ଧାରକାର୍ଯ୍ୟରେ ୪୦ଟି ଟିମ୍ ଲାଗିଥିବାବେଳେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନଥିବା ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/7-28.jpg)