କନକ ବ୍ୟୁରୋ: ଘନଉଛି ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା । ମିସାଇଲ ଲଞ୍ଚର ମୁଭ୍ ସହ ଇରାନ ସେନା ଡ୍ରିଲ ଆରମ୍ଭ କରିଥିବା ସୂଚନା ମିଳିଛି । ହମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ଇସ୍ରାଏଲ ମାରିବା ପରେ ରକ୍ତମୁଖା ହୋଇପଡିଛି ଇରାନ । ସେପଟେ ଇସ୍ରାଏଲକୁ ଚାରିପଟୁ ଘେରିବାକୁ ଇରାନ,ହିଜବୁଲା, ହମାସ,ହୁତୀର ଯୋଜନା କରୁଛନ୍ତି ।
ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍, ଆମେରିକା, ବ୍ରିଟେନ ଆଦି ରାଷ୍ଟ୍ରକୁ ନେଇ ‘ଆବ୍ରାହମ୍ ମେଣ୍ଟ’ ଓ ଇରାନ୍ ନେତୃତ୍ୱାଧୀନ ‘ପ୍ରତିରୋଧର ଅକ୍ଷ’ (ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ) ମଧ୍ୟରେ ଯୁଦ୍ଧ ହେବା ଆଶଙ୍କା ଘନିଭୂତ ହେବାରେ ଲାଗିଛି। ଇରାକର ଅଲ୍-ଅସାଦ୍ ଠାରେ ଥିବା ଆମେରିକା ଓ ମିଳିତ ବାହିନୀର ସୈନ୍ୟ ଶିବିର ଉପରେ ସୋମବାର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଆକ୍ରମଣରେ ବହୁସଂଖ୍ୟାରେ ଆମେରିକୀୟ ସୈନିକ ଆହତ ହୋଇଥିବା ଜଣାଯାଇଛି।
ଆମେରିକୀୟ ସେନା ପକ୍ଷରୁ ଘଟଣା ସମ୍ପର୍କରେ କୁହାଯାଇଛି , କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ଅନେକ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ କିମ୍ବା ରାଷ୍ଟ୍ର ନିଜକୁ ଦାୟୀ କରିନଥିବା ବେଳେ ଏହା ପଛରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ରହିଛି ବୋଲି ଆମେରିକା ଅନୁମାନ କରୁଛି। ଯେଉଁମାନେ ଏହି ଆକ୍ରମଣ ପଛରେ ଅଛନ୍ତି ସେମାନଙ୍କୁ ଏଥିପାଇଁ ନିଶ୍ଚିତ ଉତ୍ତରଦାୟୀ କରାଯିବ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/8-8.jpg)